ଶିବସେନାର ୫୦-୫୦ ଫର୍ମୁଲା ଏବେ ନିଜ ପାଇଁ ବୁମେରାଂ

ସମୟ ଲାଇଭ,୧୨/୧୧:ମହାରାଷ୍ଟ୍ରରେ ଏବେ ଦେଖିବାକୁ ମିଳିଛି ରୋଚକ ସ୍ଥିତି। ଶିବସେନାର ୫୦-୫୦ ଫର୍ମୁଲା ପାଇଁ ଏବେ ଶିବସେନା ପାଇଁ ବୁମେରାଂ ହେବାକୁ ଯାଉଛି। ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ଏନସିପି ଓ କଂଗ୍ରେସ ସହ ଶିବସେନାର ସରକାର ଗଢିବା ନେଇ ଏବେ ଆଉ ଏକ ନୂଆ ମୋଡ ନେଇଛି ଭହାରାଷ୍ଟ୍ର ମହାରାଜନୀତି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ୫୦-୫୦ ଫର୍ମୁଲା ଚାହାନ୍ତି ଶରଦ ପାୱାର। ନିଜ ଜାଲରେ ନିଜେ ଫସିଗଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ସରକାର ଗଠନ ପାଇଁ ବିଜେପି ମନା କରିବା ପରେ ଶିବସେନାକୁ ସୁଯୋଗ ଦିଆଯାଇଥିଲା।

ଶିବସେନା-ଏନସିପି ମେଣ୍ଟ ପାଇଁ କଂଗ୍ରେସର ସମର୍ଥନ ଆବଶ୍ୟକ ପଡ଼ୁଥିବା ବେଳେ ଏବେ ଏନସିପି ମୁଖ୍ୟ ଶରଦ ପାୱାର ସରକାର ଗଠନରେ କେଁ ପୁରାଇଛନ୍ତି। ଏନସିପି ପକ୍ଷରୁ ଶିବସେନା ସମ୍ମୁଖରେ ୫୦-୫୦ ଫର୍ମୂଲା ଉପସ୍ଥାପନ କରାଯାଇଛି। ତେବେ ଯେଉଁ କାରଣ ପାଇଁ ଶିବସେନା ବିଜେପି ସହ ସମ୍ପର୍କ ଛିନ୍ନ କରି ଶିବସେନା ଓ କଂଗ୍ରେସ ସହ ମେଣ୍ଟ ସରକାର କରିବ ବୋଲି ଆଶା କରିଥିଲା ତାହା ବର୍ତ୍ତମାନ ଏବେ ଶିବସେନା ପାଇଁ ବୁମେରାଂ ସାଜିଛି।

 

Comments are closed.