ସମୁଦ୍ରକୂଳରୁ ଜାହାଜର ଭଗ୍ନାବଶେଷ ଉଦ୍ଧାର 

ସମୟ ଲାଇଭ,୧୭/୩: କୋଣାର୍କ ଥାନା ନିକଟବର୍ତ୍ତୀ ବାଲି ଦୋକାନ ଠାରୁ ଅଳ୍ପ ଦୂରରେ ଥିବା ତଣ୍ଡା ଘର ସମୁଦ୍ର କୂଳରେ ଆଜି ଭୋର ରୁ ଏକ ଜାହାଜ ର ଭଗ୍ନାବଶେଷ ଉଦ୍ଧାର କରାଯାଇଛି।ଯାହାର ନା ରହିଛି ଅବସର ବୋଇଁ। ଗଭୀର ସମୁଦ୍ର ମଧ୍ୟରେ ଆକସ୍ମିକ ଭାବେ ଯଦି ଜାହାଜ କିଛି ଦୁର୍ଘଟଣା ଘଟି କ୍ଷତି ହୁଏ ଏହି ଅଂଶ ଟିକୁ ସେଠାରେ ଲଗାଯାଇ ସମୁଦ୍ର ଗର୍ଭରେ କଣ ରହିଛି ତାହା ନିରୂପଣ କରାଯାଏ।ଏଥି ନିମନ୍ତେ ଉକ୍ତ ଅବସର ବୋଇଁ ର ଶୀର୍ଷ ରେ ରେଡ଼ିଓ ଯନ୍ତ୍ର ବା ରାଡର ମଧ୍ୟ ସଂଯୋଗ କରାଯାଇଥାଏ। ବିଶେଷ ଭାବେ ସମୁଦ୍ର ଗର୍ଭରେ ଲୁକ୍କାୟିତ ଥିବା କିଛି ଖଣିଜ ସଂପଦ ହେଉ ବା ଅନ୍ୟାନ୍ୟ କୋୖଣସି ପ୍ରାକୃତିକ ପଦାର୍ଥ ସେସବୁକୁ ଖୋଜି ବାହାର କରିବାକୁ ଏହି ଯନ୍ତ୍ର ଟିକୁ ବ୍ୟବହାର କରାଯାଏ।

ଆଜି ସକାଳୁ ଗ୍ରାମର କିଛି ଯୁବକ ସମୁଦ୍ର ତଟରେ ବୁଲୁଥିଲା ବେଳେ ଏହାକୁ ଦେଖି ସ୍ଥାନୀୟ ଥାନା କୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥାନରେ କୋଣାର୍କ ଥାନାଧିକାରୀ ଶ୍ରୀ ରଞ୍ଜନ କୁମାର ମଲ୍ଲିକ ପହଞ୍ଚି ତଦନ୍ତ କରିବା ସହ ଏହାକୁ କିପରି ଉଦ୍ଧାର କରାଯିବା ସେନେଇ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ସହ ଆଲୋଚନା କରିଛନ୍ତି। ଏହି ଯନ୍ତ୍ର ଟିର ଓଜନ ହାରାହାରି 5 ରୁ 10 ଟନ ହୋଇଥିବା ବେଳେ ଏଥିରେ pc 158 ଲେଖା ଥିବା ଜଣା ପଡ଼ିଛି। ଏଥି ସହ ଏହାକୁ ଅବସର ବୋଇଁ କୁହାଯିବା ନିକଟସ୍ଥ ଗ୍ରାମର ଜଣେ ଯୁବକ ଯେକି ଗୋପାଳପୁର ଠାରେ ମେରାଇନ ସାଇନ୍ସ କଲେଜ ର ର ପ୍ରଥମ ବର୍ଷ ର ଛାତ୍ର ଅଭିଜିତ ସ୍ୱାଇଁ ପ୍ରକାଶ କରିଛନ୍ତି।ଏପଟେ ଏତେବଡ ଜିନିଷ ଆଗରୁ କେବେ ଦେଖି ନଥିବା ଦର୍ଶାଇ ଭୟଭିତ ହୋଇ ପଡିଛନ୍ତି ଗ୍ରାମବାସୀ। କେତେକ ଲୋକ ଉକ୍ତ ସ୍ଥାନରେ ସେହି ଯନ୍ତ୍ର ପାଖରେ ଠିଆ ହୋଇ ସେଲ୍ଫି ଉଠାଇଥିବା ମଧ୍ୟ ନଜିର ରହିଛି।

Comments are closed.