SEBCଙ୍କୁ ସଂରକ୍ଷଣ କେବେ ?

କାହିଁକି ଗଠନ ହେଉନି ଓବିସି କମିଶନ ?

ଭୁବନେଶ୍ୱର: ସାମାଜିକ ଓ ଆର୍ଥିକ ଅନଗ୍ରସର ବର୍ଗ-ଏସ୍ଇବିସିଙ୍କ ପାଇଁ ସଂରକ୍ଷଣର ବ୍ୟବସ୍ଥା କାହିଁକି କରୁନି ରାଜ୍ୟ ସରକାର । ଓବିସି କମିଶନ କାହିଁକି ଗଠନ ହେଉନି ।ଏଭଳି କିଛି ପ୍ରସଙ୍ଗକୁ ନେଇ ଆଜି ରାଜ୍ୟ ସରକାରକୁ ଟାର୍ଗେଟ କରିଛି ବିଜେପି । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଓବିସି କମିଶନର ନିଯୁକ୍ତି ନେଇ ରାଜ୍ୟ ସରକାର ଅବହେଳା କରୁଛନ୍ତି । ସରକାର କ’ଣ ଓବିସି ବର୍ଗର ଉନ୍ନତି ଚାହୁଁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ହରିଚନ୍ଦନ । ଓଡ଼ିଶା ହେଉଛି ଏକ ମାତ୍ର ରାଜ୍ୟ ଯେଉଁଠି ଓବିସିଙ୍କ ପାଇଁ ଠିକ୍ ଭାବେ ସଂରକ୍ଷଣ ଲାଗୁ ହେଉନି । ସାମାଜିକ ଓ ଆର୍ଥିକ ଅନଗ୍ରସର ବର୍ଗ(ଏସ୍ଇବିସି)ଙ୍କୁ କାହିଁକି ଚାକରି ଓ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ମିଳିନି ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଓଡ଼ିଶାର ଓବିସି କାହିଁକି ସେମାନଙ୍କ ଅଧିକାରରୁ ବଂଚିତ ଏନେଇ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ବିଜେପିର ଏହି ଅଭିଯୋଗର ଜବାବ ଦେବାକୁ ଯାଇ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, “ଭୋଟ ପାଇଁ ନୁହଁ ସରକାର ପଛୁଆବର୍ଗ ପାଇଁ କାମ କରୁଛି । ସରକାର ଓବିସି କମିଶନ ଗଠନ ପାଇଁ ପ୍ରକ୍ରିୟା ·ଲୁରଖିଥିବା କହିଛନ୍ତି ।”

Comments are closed.