୮ରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର,୭/୧: ଆସନ୍ତା ୮ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ବୁଧବାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ସୂଚନା ଦେଇଛନ୍ତି। ତେବେ ବୁଧବାର ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏଥିସହ ୧୨ ଦଫା ଦାବି ନେଇ ଏହି ଧର୍ମଘଟ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରା କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ସ୍ୱାଧୀନ ଫେଡରେସନ ମିଳିତ ମଞ୍ଚ ପକ୍ଷରୁ ଦିଆଯାଇଛି।

Comments are closed.