ସାତକୋଶିଆ ଜଙ୍ଗଲରୁ ୩ କୁଟରା ଶିକାରୀ ଗିରଫ

ସମୟ ଲାଇଭ,୨୪/୪( ରାଜ ଗୁପ୍ତା) : କରୋନା ସଂକ୍ରମଣର ମୁକାବିଲା ପାଇଁ ଏକଜୁଟ ହୋଇଛି ସାରା ଦେଶ ଏବଂ ରାଜ୍ୟ। ଅନ୍ୟପଟେ ଏହାର ସୁଯୋଗ ନେଇ ଶିକାରୀମାନେ ଅବାଧରେ ଶିକାର କରିବାରେ ଲାଗିଛନ୍ତି ।

ଘଟଣା ଅନୁସାରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ସାତକୋଶିଆ ବନାଞ୍ଚଳ ଅନ୍ତର୍ଗତ ବାଲିଘାଟ ସଂରକ୍ଷିତ ଜଙ୍ଗଲର କମ୍ପାର୍ମେଣ୍ଟ ନଂ ୧୨ ତଳବନ୍ଧ ନାଳ ନିକଟରୁ ୩ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ଏହା ସହ ଅସ୍ତ୍ର ଏବଂ ମାଂସ ଜବତ କରାଯାଇଛି | ସେମାନଙ୍କ ନିକଟରୁ ୧ କେଜି କୁଟରା ମାଂସ, କଟୁରି,କୁରାଢ଼ୀ,ଠେଙ୍ଗା ଜବତ କରିଛି।

ଗିରଫ ଶିକାରିମାନେ ହେଲେ ସାତକୋଶିଆ ପଞ୍ଚାୟତ ବାଲିଘାଟ ଗ୍ରାମର ଯଦୁ ଦେହୁରୀ(୨୨),ତପନ ନାୟକ (୨୩) ,ରତିରଞ୍ଜନ ନାୟକ(୨୯) । ଅନ୍ୟ କେତେକ ଶିକାରୀ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିଲେ।

କୌଣସି ସୂତ୍ରରୁ ଖବରପାଇ ସାତକୋଶିଆ ବନାଞ୍ଚଳ ଅଧିକାରୀ ପିତାମ୍ବର ସେଠୀ, ଫରେଷ୍ଟର ପରମେଶ୍ୱର ମହାନ୍ତ, ନଳିନୀକାନ୍ତ ମହାନ୍ତ ଏବଂ ଅନ୍ୟ ବନକର୍ମଚାରୀ ମିଳିତ ଚଢାଉ କରିଥିଲେ। ଗିରଫ ୩ ଜଣ ଶିକାରୀଙ୍କର ସ୍ୱାସ୍ଥ୍ୟପରୀକ୍ଷା ପରେ ସାତକୋଶିଆ ରେଞ୍ଜ କେଶ ନଂ୧୨ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି |

Comments are closed.