ବାପା ମା ଅଲଗା ହୋଇଯାଇଛନ୍ତି ଏଥିରେ ମୁଁ ଖୁସି : ସାରା

0

ସମୟ ଲାଇଭ,୯/୧: ବାପା ମା ଅଲଗା ହୋଇଯାଇଛନ୍ତି ଏଥିରେ ମୁଁ ଖୁସି ଏକଥା ନିଜେ ସାରା କହିଛନ୍ତି  | ୧୨ ଅଗଷ୍ଟ ୧୯୯୫ରେ ଜନ୍ମିତ ସାରା ସୈଫ ଏବଂ ଅମୃତା ସିଂହଙ୍କ ବଡ଼ ଅଟନ୍ତି । ଅମୃତା ଏବଂ ସୈଫଙ୍କ ବିବାହ ପରେ ଦୁଇଟି ସନ୍ତାନ ଜନ୍ମ ହୋଇଥିଲେ ଯାହାଙ୍କ ମଧ୍ୟରୁ ସାରା ବଡ଼ ଅଟନ୍ତି ଏବଂ ଭାଇ ଇବ୍ରାହିମ୍ ଛୋଟ ଅଟନ୍ତି । ସୈଫ ଏବଂ ଅମୃତାଙ୍କ ବିବାହ କିଛି ବର୍ଷ ପରେ ଭାଙ୍ଗି ଯାଇଥିଲା ଏବଂ ଦୁଇ ସନ୍ତାନ ଅମୃତାଙ୍କ ସହ ବସବାସ କରିଥିଲେ । ଯେତେବେଳେ ସାକ୍ଷାତକାରରେ ସାରାଙ୍କୁ ପ୍ରଶ୍ନ କରାଯାଇଥିଲା ଆପଣ ମାଆ ଏବଂ ପିତାଙ୍କ ମଧ୍ୟରୁ କାହା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିଲେ ସେହି ସମୟରେ ସାରା ଏକ ରୋଚକ ଉତ୍ତର ଦେଇଥିଲେ । ସାରା କହିଥିଲେ ମୁଁ ମୋ ପିତାଙ୍କୁ ବହୁତ ପସନ୍ଦ କରେ କିନ୍ତୁ ଉତ୍ତରରେ ମାଆଙ୍କ ନାମ ହିଁ ରହିବ । ମୋ ମାଆ ଜଣେ ଏକୁଟିଆ ଅଭିଭାବକ ଥିଲେ ଏବଂ ମୁଁ ମୋ ମାଆଙ୍କ ସହ ହିଁ ବସବାସ କରୁଥିଲି । ଏହିପରି ମୋ ମାଆ ମୋତେ ଅଧିକ ପ୍ରଭାବିତ ଏବଂ ପ୍ରେରିତ କରିଥିଲେ । ସେ ନା କେଵଳ ମୋ ମାଆ ଅଟନ୍ତି ସେ ମୋ ଜୀବନ, ବନ୍ଧୁ ଏବଂ ଶକ୍ତି ମଧ୍ୟ ଅଟନ୍ତି ।

ଏହାପରେ ସାରାଙ୍କୁ ପ୍ରଶ୍ନ କରାଯାଇଥିଲା ଆପଣଙ୍କୁ ଏହି କଥାର ଦୁଃଖ ହେଉଛି କି ଆପଣଙ୍କ ମାତାପିତା ଭିନ୍ନ ହୋଇ ଯାଇଥିଲେ । ଯଦି ଦୁହେଁ ଏକାଠି ରହିଥିଲେ ଆପଣଙ୍କ ଜୀବନ କିଛି ଭିନ୍ନ ମୋଡ଼ ନେଇ ପାରିଥାନ୍ତା । ଏହାର ଉତ୍ତରରେ ସାରା କହିଥିଲେ ମୁଁ ଭଗବାନଙ୍କୁ ଧନ୍ୟବାଦ ଅର୍ପଣ କରୁଛି ମୋ ଅଭିଭାବକ ଏକାଠି ରହୁ ନାହାଁନ୍ତି । ମୋତେ ଲାଗେ ଯଦି ଦୁଇଜଣ ବ୍ୟକ୍ତି ଏକତ୍ର ରହିବା ପାଇଁ ପସନ୍ଦ କରନ୍ତି ନାହିଁ ତେବେ ସେମାନଙ୍କୁ ଭିନ୍ନ ହୋଇଯିବା ଉଚିତ । ଲୋକମାନେ ପ୍ରାୟତଃ କୁହନ୍ତି ଆମେ ପରସ୍ପର ପରସ୍ପରକୁ ପସନ୍ଦ କରୁ ନାହୁଁ କିନ୍ତୁ ନିଜ ସନ୍ତାନଙ୍କ ଯୋଗୁଁ ଏକତ୍ର ଜୀବନ ଅତିବାହିତ କରୁଛୁ । ଏହିପରି ଚିନ୍ତାଧାରା ମୋ ଜ୍ଞାତ ବାହାରେ । ଯଦି ଆପଣ ଏକତ୍ର ରହିଲେ ଖୁସି ନାହାଁନ୍ତି ତେବେ ନିଜ ସନ୍ତାନଙ୍କୁ କିପରି ଖୁସିରେ ରଖି ପାରିବେ । ଏଠାରେ ମୁଁ ଏକ କଥା କହିବି ଯେ ବିମାନଯାତ୍ରା ସମୟରେ ଯେପରି କୁହନ୍ତି ପ୍ରଥମେ ନିଜର ମାସ୍କ ପିନ୍ଧନ୍ତୁ ଏବଂ ପରେ ଅନ୍ୟକୁ ସାହାଯ୍ୟ କରନ୍ତୁ । ଯଦି ଆପଣ ସ୍ୱୟଂ ଜୀବନରେ ଖୁସିରେ ନାହାଁନ୍ତି ତେବେ ନିଜ ସନ୍ତାନଙ୍କୁ କିପରି ଖୁସିରେ ରଖି ପାରିବେ । ଆଜି ମୋ ଘରେ ଖୁସିର ବାତାବରଣ ରହିଛି ମୁଁ ବହୁତ ଖୁସି ଅଛି ।

ସୂଚନା ଥାଉ କି ସାରା ଲଭ୍ ଆଜକଲ୍ ପରେ କୁଲି ନମ୍ବର ୱାନ ସ୍ୱିକେଲରେ ମଧ୍ୟ ଅଭିନୟ କରୁଛନ୍ତି । ଏହି ଫିଲ୍ମରେ ସାରାଙ୍କ ସହ ବରୁଣ ଅଭିନୟ କରୁଛନ୍ତି ।

Leave A Reply

Your email address will not be published.