ପ୍ରଶାସନ ପକ୍ଷରୁ ସାନିଟାଇଜେସନ

ସମୟ ଲାଇଭ,୫/୪: ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଳକସ୍ଥିତ ସଦର ମହକୁମା ମାର୍କୋଣା ପଂଚାୟତ ବ୍ୟବସାୟ ପେଣ୍ଠସ୍ଥଳ ହୋଇଥିବା ବେଳେ ଜନଗହଳି ପୁର୍ଣ୍ଣ ରହୁଛି । ଏହାକୁ ଆଖିଆଗରେ ରଖି ପଞ୍ଚୟତ ପକ୍ଷରୁ ଡାକ୍ତରଖାନ।ରୁ ଆରମ୍ଭ ହୋଇ ବିଭିନ୍ନ କାର୍ଯ୍ୟ।ଳୟ ଓ ବ୍ୟାଙ୍କ ଗୋଡ଼ିକୁ ସାନିଟାଇଜେସନ କରାଯାଇଛି । ମହାମାରୀ ମୁକ୍ତି ପାଇଁ ସ୍ଥାନୀୟ ତହସିଲ ପ୍ରଶାସନ ନେତୃତ୍ୱରେ ଅଡା ଦମକଳ ବାହିନୀର ଇନଚାର୍ଜ ସୁଦର୍ଶନ ବେହେରାଙ୍କ ସହଯୋଗରେ ସିମୁଳିଆ ଡାକ୍ତରଖାନା,ସିମୁଳିଆ ବ୍ଳକ କାର୍ଯ୍ୟାଳୟ,ତହସିଲ କାର୍ଯ୍ୟାଳୟ, ମାର୍କୋଣା ପଂଚାୟତ କାର୍ଯ୍ୟାଳୟ,କୋ-ଅପରେଟିଭ ବ୍ୟାଙ୍କ, ଷ୍ଟେଟବ୍ୟାଙ୍କ, ସିମୁଳିଆ ଥାନା, ଓ ରାସ୍ତା ଘାଟ ସାନିଟାଇଜେସନ କରାଯାଇଥିଲା । ମେଡିକାଲ ପ୍ରଶାସନ ପକ୍ଷରୁ ସିମୁଳିଆ ଡାକ୍ତରଖାନାର ମୁଖ୍ୟ ଡ଼. ଵିଜୟ କୁମାର ପଣ୍ଡା, ମାର୍କୋଣା ପଂଚାୟତ ପ୍ରଦୀପ କୁମାର ବେହେରା, ନାଏବ ସରପଞ୍ଚ ମିନତୀ ନାୟକ, ବରିଷ୍ଠ ସାମ୍ବାଦିକ ହରିଶ ଚନ୍ଦ୍ର ସଁ ପ୍ରମୁଖ ସହଯୋଗ କରିଥିଲେ ।

Comments are closed.