ଦୁର୍ଗମ ଅଞ୍ଚଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଅବ୍ୟବସ୍ଥା

ସମୟ ଲାଇଭ,୨୫/୨: ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁର ନାରା ଦଉଛି ଶିକ୍ଷା ବିଭାଗ । ସମସ୍ତଙ୍କ ପାଇଁ ଶିକ୍ଷା ବାଧ୍ୟତାମୂଳକ ବି କରାଯାଇଛି । କିନ୍ତୁ ଦୁର୍ଗମ ଅଂଚଳରେ ଦୁସ୍ଥ ହେଇପଡ଼ିଛି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା । ତେବେ ଏହି ବ୍ୟବସ୍ଥା କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସିଂହପୁର ପଂଚାୟତର ସୀମାନ୍ତ ଗାଁ କାମରେଙ୍ଗ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ପ୍ରଥମରୁ ପଂଚମଶ୍ରେଣୀ ମଧ୍ୟରେ ୨୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ବିଦ୍ୟାଳୟରେ ଜଣେ ବି ଛାତ୍ରଛାତ୍ରୀ ଉପସ୍ଥିତ ନଥିଲେ ଓ ସମସ୍ତ ଶ୍ରେଣୀ ଗୃହ ବନ୍ଦ ରହିଥିଲା,ଯାହାକୁ ଆମ ଉପସ୍ଥିତିରେ ଶିକ୍ଷକ ଜଣକ ଖୋଲିଥିଲେ ।

http://https://www.youtube.com/watch?v=gliPIbR93Jc

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ସେନାପତି ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ବିଦ୍ୟାଳୟକୁ ଆସିନଥିବା ସହକାରୀ ଶିକ୍ଷକ ବିପିନ ଭୋଇ କହିଥିଲେ । ତେବେ ବିଦ୍ୟାଳୟର ଉପସ୍ଥାନ ଖାତାରେ ଗତ ଶୁକ୍ରବାର ଦିନର ଉପସ୍ଥାନ ପଡ଼ିଥିବା ଦେଖିବାକୁ ମିଳିଛି ଯୋଉ ଦିନକି ଶିବରାତ୍ରୀ ଛୁଟି ପଡ଼ିଥିଲା,ଏବଂ ଶନିବାରକୁ ଶିବରାତ୍ରୀ ଛୁଟି ଦର୍ଶାଯାଇଛି ଉପସ୍ଥାନ ଖାତାରେ । କିନ୍ତୁ ଶିକ୍ଷକ ଉପସ୍ଥାନ ଖାତାରେ ୨୧ ତାରିଖ ଶୁକ୍ରବାରକୁ ମହାଶିବରାତ୍ରୀ ଛୁଟି ଦର୍ଶାଯାଇଛି । ଘଟଣାରେ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି | ଏ ନେଇ ଗୋଷ୍ଠୀ ଶିକ୍ଷାଧିକାରୀ ଗଣେଷ କିସାନଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଆଶ୍ଚର୍ଯ୍ୟଚକିତ ହେବା ସହିତ ଏହା ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ବିଦ୍ୟାଳୟକୁ ଜଣେ ବି ଛାତ୍ର ନ ଆସିବା,ଏଇ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ସହଜରେ ଅନୁମାନ କରାଯାଉଥିବାବେଳେ ଶିକ୍ଷକମାନଙ୍କ ଅନିୟମିତତା ଓ ଛାତ୍ର ଅନୁପସ୍ଥିତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବୀ ହେଉଛି ।

Comments are closed.