କରୋନା ଭାଇରସ ଗୀତ ଗାଇଲେ ସଲମାନ ଖାନ୍!

କରୋନା ଭାଇରସ ନିଜର କାୟା ବିସ୍ତାର କରି ଚାଲିଛି । ସେଲିବ୍ରିଟମାନେ ବିଭିନ୍ନ ପ୍ରକାରରେ ଏହାର ମୁକାବିଲା କରିବାକୁ ପାଇଁ ଯୋଗଦାନ ଦେଉଛନ୍ତି ।

ସେହିପରି ବଲିଉଡ୍ ଭାଇଜାନ ସଲମାନ କରୋନକୁ ନେଇ ଲୋକଙ୍କ ମନରେ ସଚେତନତା ସୃଷ୍ଟି ପାଇଁ ଏକ ଗୀତ ଲେଖିଛନ୍ତି । ଏହି ଗୀତକୁ ନିଜେ ସଲମାନ ଖାନ୍ ଗାଇଥିବାର ଶୁଣିବାକୁ ମିଳିଛି ।

ନିକଟରେ କୋଭିଡ୍-୧୯କୁ ନେଇ ସେ ‘ପ୍ୟାର୍ କରୋନା’ ଗୀତର ଟିଜର ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଟିଜରକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। କାଲି ଏହା ତାଙ୍କର ୟୁଟ୍ୟୁବ ଚ୍ୟାନେଲରେ ରିଲିଜ ହେବ ବୋଲି ସଲମାନ କହିଛନ୍ତି ।

 

Comments are closed.