ସାଇନା ଧରିଲେ ପଦ୍ମ

ସମୟ ଲାଇଭ,୨୯/୧: ବ୍ୟାଡ଼ମିଣ୍ଟନ କୋର୍ଟରେ ଉଚ୍ଚକୋଟୀର ପ୍ରଦର୍ଶନ ପରେ ରାଜନୀତିରେ ନିଜ ଭାଗ୍ୟ ପରଖିବାକୁ ଯାଉଛନ୍ତି ତାରକା ସାଇନା ନେହ୍ୱାଲ। ଆଜି ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ସେ ବିଜେପିରେ ଯୋଗ ଦେଇଛନ୍ତି। ହରିଆଣାରେ ଜନ୍ମଗ୍ରହଣ କରିଥିବା ସାଇନା ବିଜେପି ପାଇଁ ଷ୍ଟାର ପ୍ରଚାରକ ଭାବେ କାର୍ଯ୍ୟ କରିପାରନ୍ତି। ଏହି ବ୍ୟାଡ଼ମିଣ୍ଟନ ତାରକା ୨୪ଟି ଅନ୍ତର୍ଜାତୀୟ ରେକର୍ଡ଼ ନିଜ ନାମରେ କରିପାରିଛନ୍ତି। ବିଜେପିରେ ଯୋଗଦେବା ପରେ ସାଇନା ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଆଜି ଏକ ଭଲ ଦିନ। ମୁଁ ଅନେକ ରେକର୍ଡ଼ କରିଛି କିନ୍ତୁ ଆଜି ଯେଉଁ ଦଳରେ ଯୋଗ ଦେଇଛି ତାହା ମୋ ପାଇଁ ଖୁସିର ବିଷୟ। ବିଜେପି ଏପରି ଏକ ଦଳ ଯାହା ଦେଶ ପାଇଁ ଅନେକ ଭଲ କାମ କରିଛି ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ଯେଉଁ ଭଲକାମ କରିଛନ୍ତି ମୁଁ ତାହା ଦେଖିପାରିଛି ଏବଂ ମୁଁ ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ। ପଦ୍ମଶ୍ରୀ ଓ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପ୍ରାପ୍ତ ସାଇନା ବିଜେପି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଛି।

Comments are closed.