ଶାହାଜାହାନ ମମତାଜଙ୍କ ପ୍ରେମ କାହାଣୀ

ସମୟ ଲାଇଭ,୧୪/୧୨: ପ୍ରେମ,ପ୍ରେମ ଏମିତି ଏକ ଶଦ୍ଦ ଯାହା କାହା ସହ କେତେବେଳେ ବି ହୋଇଯାଏ.,ପ୍ରେମ ଏମିତି ଏକ ଶଦ୍ଦ ଯାହା କି ବୟସ ,ଧନୀ ,ଗରିବ,ବିବାହିତ କି ଅବିବିବାହିତ ଦେଖି ନଥାଏ, ଆଜି ଆମେ ଆପଣଙ୍କୁ ଆମର କେବଳ ତୁମ ପାଇଁର ସ୍ପେଶାଲ ସେଗ୍‍ମେଂଟ ରେ ଜଣାଇବୁ ଶାହଜାହାନ ଓ ମୁମତାଜଙ୍କ ଅମର ପ୍ରେମ କାହାଣୀ ବିଷୟରେ। ଏ ପ୍ରେମ କାହାଣୀ ଦେଖିଲେ ଆପଣ ନିଶ୍ଚୟ ସ୍ତମ୍ଭୀଭୂତ ହୋଇଯିବେ।
ତାଜମହଲକୁ ପ୍ରେମର ପ୍ରତୀକ ବୋଲି କୁହାଯାଏ।ଏହି ତାଜମହଲକୁ ଶାହଜାନ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ନିର୍ମାଣ କରିଥିଲେ। ଦୁନିଆର ପ୍ରତ୍ୟେକ ଲୋକ ଏହି ତାଜମହଲକୁ ଦେଖିବା ପାଇଁ ଇଛା ପ୍ରକାଶ କରିଥାନ୍ତି କାହିଁକି ନା ଏହାକୁ ପ୍ରେମର ଏକ ମନ୍ଦିର ବୋଲି କୁହାଯାଏ ତାଜମହଲର କାରୁକାର୍ଯ୍ୟ ଦେଖିଲେ ସମସ୍ତଙ୍କୁ ଏମିତି ଲାଗେ କି ଶାହାଜାନ ମମତାଜଙ୍କୁ ବହୁତ ଭଲ ପାଉଥିଲେ।

ଶାହଜନଙ୍କର ୭ ଜଣ ସ୍ତ୍ରୀ ଥିଲେ। ମମତାଜ ଶାହଜାନଙ୍କର ଚତୁର୍ଥ ଥିଲେ। ତିନି ଜଣ ସ୍ତ୍ରୀ ଥାଇ ମଧ୍ୟ ସେ ମମତାଜଙ୍କୁ ପାଇବା ପାଇଁ ପାଗଳ ପ୍ରାୟ ;ହାଇପଡ଼ିଥିଲେ।।ଶାହାଜାନଙ୍କର ପ୍ରଥମ ସ୍ତ୍ରୀ ଅନନ୍ୟ ସୌନ୍ଦର୍ଯ୍ୟର ଅଧିକାରିଣୀ ହୋଇଥିଲେ ମଧ୍ୟ ସେ ମମତାଜଙ୍କୁ ବିବାହ କରିଥିଲେ। ଏ କାହାଣି ହିଁ ବୟାନ କରୁଛି ପ୍ରେମ ପାଇଁ ସୌନ୍ଦର୍ଯ୍ୟ କୌଣସି ଗୁରୁତ୍ୱ ରଖେ ନାହିଁ। ଥରେ ମନ ମିଶିଲେ ସାଥୀ ଆପେ ଆପେ ସୁନ୍ଦର ଦିଶିବାକୁ ଲାଗେ। କଥାରେ ଅଛି କି ପ୍ରେମ ସମସ୍ତଙ୍କୁ ଅନ୍ଧ କରିଦିଏ ଏହା ପ୍ରମାଣ କରିଥିଲେ ଏହି ପ୍ରେମୀଯୁଗଳ।

କେବଳ ଶାହଜାହାନ ନୁହଁନ୍ତି ବରଂ ମମତାଜ ମଧ୍ୟ ଥିଲେ ବିବାହିତ। କିନ୍ତୁ ଶାହାଜାନଙ୍କର ପ୍ରେମରେ ବିମୋହିତ ହୋଇ ନିଜର ସ୍ୱାମୀ ଓ ସନ୍ତାନଙ୍କୁ ଛାଡି ଶାହାଜାନଙ୍କୁ ବିବାହ କରିନେଇଥିଲେ। ଶାହାଜାନ ସମସ୍ତ ରାଣୀ ମାନଙ୍କ ତୁଳନାରେ ମମତାଜ ଙ୍କୁ ଅଧିକ ଭଲ ପାଉଥିଲେ ଏବଂ ତାଙ୍କ ସହିତ ଅଧିକ ସମୟ ବିିତାଉଥିଲେ। ଶାହାଜାନ ଓ ମମତାଜଙ୍କର ୧୪ ଜଣ ସନ୍ତାନ ଥିଲେ। ଚତୁର୍ଦ୍ଦଶ ସନ୍ତାନ ଜନ୍ମ ସମୟରେ ହିଁ ମମତାଜଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ମୃତ୍ୟୁ ପରେ ଶାହାଜାନ ଓ ମମତାଜଙ୍କ ପ୍ରେମ କହାଣୀ କୁ ସାରା ଦୁନିଆ ମନେ ରଖିବା ପାଇଁ ସେ ନିର୍ମାଣ କରିଥିଲେ ତାଜମହଲ। ଯାହାକି କ୍ରମେ ପୃଥିବୀର ସପ୍ତାଶ୍ଚର୍ଯ୍ୟରେ ଗଣତି ହୋଇଥିଲା।

Comments are closed.