ବାସ୍ତୁଟିପ୍ସ ଦୂର କରିବ ଶାଶୁ-ବୋହୁ କଳି

0

ଜ୍ୟୋତିଷଙ୍କ ମତାନୁସାରେ କେତକ ବାସ୍ତୁ ସମସ୍ୟା ପରିବାରରେ ଶାଶୂ ବୋହୁ ମଧ୍ୟରେ ବିବାଦ ସୃଷ୍ଟି କରିଥାଏ। ଏହି ବିବାଦରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଲହି କେତୋଟି ସରଳ ଉପାୟ।
ଶାଶୂ-ଶଶୂରଙ୍କ କୋଠରୀ:
ଉପଯୁକ୍ତ ଦିଗରେ ଶାଶୂ-ଶ୍ୱଶୂରଙ୍କ କୋଠରୀ ରହିବା ଉଚିତ୍ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଶାଶୂ-ଶ୍ୱଶୂରଙ୍କ କୋଠରୀ ରହିଲେ ଶାଶୂ-ବୋହୁଙ୍କ ମଧ୍ୟରେ ମନାନ୍ତର ହୁଏ ନାହିଁ।
କୋଠରୀରେ ଲଗାନ୍ତୁ ସୁନ୍ଦର ଚିତ୍ର:
କୋଠରୀରେ ନଦୀ ଝରଣା ତଥା ଅନ୍ୟାନ୍ୟ ସୁନ୍ଦର ଚିତ୍ର ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କ ମନ ଶାନ୍ତ ରହିଥାଏ ଏବଂ ଶାଶୂ-ବୋହୁଙ୍କ ମଧ୍ୟରେ ମତାନ୍ତର ହେବ ନାହିଁ।
ଘରର ମଝିରେ ରଖନ୍ତୁ ନାହିଁ ରୋଷେଇଘର :
ଘରର ମଧ୍ୟଭାଗରେ ରୋଷେଇଘର ରଖନ୍ତୁ ନାହିଁ। ଘରର ଦକ୍ଷିଣଦିଗରେ ରୋଷେଇଘର କରିବା ଦ୍ୱାରା ଘରୋଇ କ୍ଲେଶର ଅବସାନ ହୋଇଥାଏ।
ପକାନ୍ତୁ ନାହିଁ ଅଳିଆ :
ଘରର ଉତ୍ତର-ପୂର୍ବ ଦିଗରେ ଅଳିଆ ଆବର୍ଜନା ପକାନ୍ତୁ ନାହିଁ ଏପରିକି ଅଳିଆ ଡ଼ବା ମଧ୍ୟ ରଖନ୍ତୁ ନାହିଁ।
ସ୍ଥାପନ କରନ୍ତୁ ଗଣେଶ ମୂର୍ତ୍ତି:
ଘରର ମୁଖ୍ୟଦ୍ୱାର ନିକଟରେ ଗଣେଶ ମୂର୍ତ୍ତି ସ୍ଥାପନ କରନ୍ତୁ। ଏହାଦ୍ୱାରା ଘରୋଇ ବିବାଦର ସମାଧାନ ହେବା ସହ ଘରେ ଶାନ୍ତି ବଜାୟ ରହେ।

Leave A Reply

Your email address will not be published.