ହିଟମ୍ୟାନ ରୋହିତଙ୍କ ନୂଆ ରେକର୍ଡ

0

ସମୟ ଲାଇଭ,୪/୧୧: ଭାରତ ପକ୍ଷରୁ ସର୍ବାଧିକ ‌ଟ୍ୱେଣ୍ଟି-୨୦ ମ୍ୟାଚ୍ ଖେଳିବାର କୀର୍ତ୍ତିମାନ ଅଧିନାୟକ ‌ରୋହିତ ଶର୍ମା କରିଛନ୍ତି । ଏ କ୍ଷେତ୍ରରେ ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଟପିଛନ୍ତି । ଧୋନି ୯୮ ଅନ୍ତର୍ଜାତୀୟ ଟ୍ୱେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି । ବାଂଲାଦେଶ ବିପକ୍ଷ ତିନି ଟିକିଆ ଟ୍ୱେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳି ରୋହିତ ୯୯ ଟ୍ୱେଣ୍ଟି-୨୦ରେ ଭାରତର ପ୍ରତିନିଧିତ୍ବ କରିବାର ଗୌରବ ଅର୍ଜନ କରିଛନ୍ତି । ଏହା କରି ସେ ବିଶ୍ବର ସର୍ବାଧିକ ସଂଖ୍ୟକ ଅନ୍ତର୍ଜାତୀୟ ଟ୍ୱେଣ୍ଟି-୨୦ ମ୍ୟାଚ୍ ଖେଳିଥିବା ଖେଳାଳି ତାଲିକାରେ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ‌ହୋଇଛନ୍ତି । ପାକିସ୍ତାନର ପୂର୍ବତନ ଅଧିନାୟକ ସୋଏବ ମଲ୍ଲିକ ଏହି ତାଲିକାରେ (୧୧୧) ପ୍ରଥମ ସ୍ଥାନରେ ରହିଛନ୍ତି ।

Leave A Reply

Your email address will not be published.