ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ମୃତ ଓ ୨୮ ଆହତ

ସମୟ ଲାଇଭ,୩/୧: ଭଦ୍ରକ ଜିଲ୍ଲା ବନ୍ତ ଛକ ଓଭରବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା। ଏକ ତୀର୍ଥଯାତ୍ରୀ ବସ୍ ସହ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣା ସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୮ ଜଣ ଆହତ ହୋଇଛନ୍ତି। ମୃତକ ୨ ଜଣ ହେଉଛନ୍ତି ଭଦ୍ରକର ଶେଖ ନିଜାମୁଦ୍ଦିନ ଓ ବିଶାଖପାଟଣାର ଇଦରୁସ ବାସା। ତେବେ ଆହତଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସେହିପରି ରେଡ଼କ୍ରସ ପକ୍ଷରୁ ଆହତଙ୍କୁ ୫ହଜାର ଟଙ୍କାର କ୍ଷତିପୂରଣ ଦିଆଯାଇଛି। ଅନ୍ୟପଟେ ମୃତକଙ୍କ ପରିବାରକୁ ୧୦ହଜାର କ୍ଷତିପୂରଣ ଦିଆଯାଇଛି।

Comments are closed.