ଆଉ ନାହାନ୍ତି ଭେଟେରାନ୍ ଅଭିନେତା ଋଷି କପୁର !

ବଲିଉଡ଼୍ ପାଇଁ କଳାଦିନ । କାଲି ଜଣେ ଅଭିଜ୍ଞ ଅଭିନେତାଙ୍କ ଦେହାନ୍ତ ହେବା ପରେ ଆଜି ପୁଣି ଜଣେ ଦିଗ୍ଗଜ ଅଭିନେତାଙ୍କୁ ହରାଇଛି ସିନେ ଜଗତ । ୬୭ ବର୍ଷ ବୟସରେ ଆଖି ବୁଜିଲେ ଭେଟେରାନ୍ ଆକ୍ଟର ଋଷି କପୁର ।  ମୃତ୍ୟୁବେଳେ ତାଙ୍କର ପତ୍ନୀ ନୀତୁ କପୁର ସେଠାରେ ଉପସ୍ଥିତ ଥିଲେ ।

 

ଏହି ଦୁଃଖର ଖବର ନିଜ ଟ୍ୱିଟରରେ ସେୟାର କରିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । ଅତି ଭାବୁକ ହୋଇ ସେ ଲଖିଛନ୍ତି , ଋଷି କପୁର ଦୁନିଆ ଛାଡ଼ି ଚାଲିଗଲେ । ମୁଁ ବରବାଦ ହୋଇଗଲି । ତାଙ୍କ ବିୟୋଗରେ ମୁଁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡ଼ିଛି । ଅନ୍ୟପଟେ ଋଷି କପୁରଙ୍କ ବଡ଼ ଭାଇ ରଣଧୀର କପୁର କହିଛନ୍ତି, ଋଷିଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲା ।

ଗତକାଲି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ମୁମ୍ବାଇ ସ୍ଥିତ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ୬୭ ବର୍ଷୀୟ ଋଷି କପୁର କର୍କଟ ରୋଗରେ ପୀଡିତ ଥିବା ସହ ଶ୍ୱାସକ୍ରିୟା ଜନିତ ଅସୁବିଧାର ଭୋଗୁଥିଲେ । ୨୦୧୮ରେ ଋଷି କପୁରଙ୍କୁ କର୍କଟ ରୋଗ ହୋଇଥିଲା ।

 

Comments are closed.