ଦିନେ ଥିଲେ ଏସ୍.ପି, ଆଜି କରୁଛନ୍ତି ଜୋତା ପଲିସ

0

ସମୟ ଲାଇଭ,୨୨/୧୦: କଥାଟା ଶୁରିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲେଶ୍ୱର ଜିଲ୍ଳା ଏସ୍.ପି ଅଫିସ ସମ୍ମୁଖରେ । ଜୋତା ପଲିସ କରୁଥିବା ବ୍ୟକ୍ତି ଜଣକ ପେଶାରେ କୈାଣସି ମୋଚି ନୁହଁନ୍ତି। ସେ ହେଉଛନ୍ତି ପୂର୍ବତନ ଏସ.ପ ତାଙ୍କ ନାମ ଉଜ୍ଜଲ କୁମାର ବ୍ରହ୍ମା । ଦିନେ ସେ ଏହି ଅଫିସରେ ଏସ.ପି ଭାବେ କାର୍ଯ୍ୟ କରୁଥିଲେ । ଚାକିରି ଥିବା ବେଳେ କେତେ ସାଧାରଣ ଲୋକଙ୍କୁ ନ୍ୟାୟ ଦେଇଛନ୍ତି ଆଉ ଲୋକଙ୍କୁ ସାହାଯ୍ୟ କରିଛନ୍ତି । କିନ୍ତୁ ଆଜି ସେ ବେସାହାରା । ନିଜେ ନ୍ୟାୟ ପାଇବା ପାଇଁ ଆପଣେଇଛନ୍ତି ଏଭଳି ଏକ ଅଭିନବ ରାସ୍ତା । ବୋର୍ଡରେ ଲେଖିଛନ୍ତି ‘ପୋଲିସ୍ ମୁଫତ ସେବା । ୨୦୧୦ ମସିହାରେ ଅବସର ପରେ ବ୍ରହ୍ମା ବାବୁ ନିଜ ପାଇଁ ନ୍ୟାୟପାଇବା ଆଶାରେ ରାସ୍ତାରେ ଚାହିଁ ବସିଛନ୍ତି । ହେଲେ ନା ଶୁଣିଛି ପ୍ରଶାସନ ନା ସରକାର। ଦୀର୍ଘଦିନ ଧରି ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଏଭଳି କାର୍ଯ୍ୟ କରୁଥିବାବେଳେ କାହାରି ପାଖରେ ଖବର ନାହିଁ ।

Leave A Reply

Your email address will not be published.