ଘର ସୁନ୍ଦର ଦିଶିଲେ ମନ ହୁଏ ଚିନ୍ତା ମୁକ୍ତ

କରୋନା ପରେ ଧୀରେଧୀରେ ସମସ୍ତେ ନିଜ ଘରକୁ ଏକ ଭିନ୍ନ ଉପାୟରେ ସଜାଇବା ଆରମ୍ଭ କରିଛନ୍ତି । ତେବେ ଏହି ସମୟରେ ଘର ସଜାଇବାବେଳେ ଅଧିକ ସର୍ତକ ରହିବାକୁ ପଡୁଛି, କାରଣ ରୋଗର ଡର ମଧ୍ୟ ରହୁଛି । ତେବେ କିଛିଟା ଦିଗକୁ ଧ୍ୟାନ ଦେଲେ ଘରକୁ ବେଶ୍‌ ସୁନ୍ଦରତାର ସହ ସଜାଯାଇପାରିବ ।

ଘର ସୁନ୍ଦର ଦିଶିଲେ ମନ ହୁଏ ଚିନ୍ତା ମୁକ୍ତ

ଆଜିକାଲି ସମସ୍ତଙ୍କ ଘରେ ପରିବେଶ ଅସ୍ଥିର ରହିବା ସହିତ ଲୋକମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ତେଣୁ ଏହି ସମୟରେ ଘରକୁ ଯେତେ ଆଲୋକିତ ସହିତ ଉଜ୍ୱଳ କରିବେ ତାହା ମନକୁ ଠିକ୍‌ କରିବାରେ ସାହାଯ୍ୟ କରିବ । ତେଣୁ ଘରକୁ ରଙ୍ଗ ହେଉ କିମ୍ବା ଆଲୋକ ବ୍ୟବହାର କରି ଉଜ୍ୱଳ କରନ୍ତୁ ।

ଘର ସୁନ୍ଦର ଦିଶିଲେ ମନ ହୁଏ ଚିନ୍ତା ମୁକ୍ତ

ଆଜିକାଲି ବଜାରରେ ମିଳୁଥିବା ବିଭିନ୍ନ ରଙ୍ଗବେରଙ୍ଗର ଲାଇଟ୍‌ ଓ ରଙ୍ଗ ଆପଣ ବ୍ୟବହାର କରିପାରିବେ ।

ଘର ସୁନ୍ଦର ଦିଶିଲେ ମନ ହୁଏ ଚିନ୍ତା ମୁକ୍ତ

ସେହିଭଳି ଘରେ କିଭଳି ବାୟୁ ଚଳାଚଳ ଭଲରେ କରିପାରିବ ତାର ବ୍ୟବସ୍ଥା କରନ୍ତୁ । ତେବେ ଏହି ଘରେ ନିଜ ପସନ୍ଦର ସାମଗ୍ରୀ ଅଧିକ ରଖନ୍ତୁ, ଅନ୍ୟର ପସନ୍ଦକୁ ମଧ୍ୟ ଧ୍ୟାନ ଦିଅନ୍ତୁ । ସମସ୍ତଙ୍କ ସହ ଉତ୍ତମ ଯୋଗାଯୋଗ କରି ଘରେ ସାମଗ୍ରୀ ସଜାନ୍ତୁ । ଏପରି କରିବା ଦ୍ୱାରା ସମସ୍ତଙ୍କ ମନ ପ୍ରଫୁଲ୍ଲ ରହିବ । ସେହିଭଳି ଯଦି ଚାହୁଁଛନ୍ତି ତେବେ ଘରକୁ ଆଉଥରେ ସଜାନ୍ତୁ । ସାମଗ୍ରୀର ସ୍ଥାନ ବଦଳାନ୍ତୁ, ଯାହା ଘରକୁ ଏକ ନୂଆ ଲୁକ୍‌ ଦେବା ସହିତ ମନକୁ ମଧ୍ୟ ଭଲ ରଖିବ ।

Comments are closed.