ଲକ ଡାଉନରେ ଘରେ ବସି ଉଚ୍ଚାରଣ କରନ୍ତୁ ଓଁ

ସମୟ ଲାଇଭ,୪/୪: ସମଗ୍ର ବ୍ରହ୍ମାଣ୍ଡର ଜ୍ଞାନ ଓଁର ଉଚ୍ଚାରଣରେ ଲୁକ୍କାୟିତ | ପରମେଶ୍ୱରଙ୍କର ଜପ ଦ୍ୱାରା ପରମ ପିତା ପ୍ରସନ୍ନ ହୋଇଥାନ୍ତି | କାରଣ ଭଗବାନଙ୍କର ସମସ୍ତ ସ୍ୱରୂପ ଏକାକାର | ଏହି ଚମତ୍କାର ଶବ୍ଦରେ ଏତେ ଶକ୍ତି ଅଛି ଯେ ଭଗବାନଙ୍କୁ କେବଳ ଓଁର ଜପ କରି ପାଇପାରିବେ | ଓଁ ଶବ୍ଦରେ ସମଗ୍ର ବିଶ୍ୱ ଜଡିତ | କୌଣସି ବସ୍ତୁର ଆଘାତରେ ଓଁ ଶବ୍ଦ ସମଗ୍ର ବ୍ରହ୍ମାଣ୍ଡରେ ଗୁଂଜରିତ ହୋଇଥାଏ |
ଏଣୁ ଏହାର ଉଚ୍ଚାରଣ ଦ୍ୱାରା ସକରାତ୍ମକ ଶକ୍ତି ଆପଣଙ୍କ ଚାରିପାଖରେ ବୁଲିବା ଆରମ୍ଭ କରେ | ଏହି ଶବ୍ଦ ମନୁଷ୍ୟର ଶ୍ରବଣ କ୍ଷମତାଠାରୁ ବହୁତ ଅଧିକ | ଆପଣଙ୍କ ସ୍ୱାସ୍ଥ୍ୟ ସହ ଜଡିତ ସମସ୍ୟାର ସମାଧାନ ଓଁର ଉଚ୍ଚାରଣରେ ଲୁଚି ରହିଛି | ଅନେକ ଶ୍ଳୋକ ସ୍ତବ ଉଚ୍ଚାରଣ ପରିବର୍ତ୍ତେ କେବଳ ଓଁ ଉଚ୍ଚାରଣରେ ଈଶ୍ୱର ପ୍ରାପ୍ତି ହୋଇପାରିବ

Comments are closed.