ସମ୍ଭାବ୍ୟ ବର୍ଷାସ୍ଥିତି ମୁକାବିଲା କରିବାକୁ ପ୍ରସ୍ତୁତ ରୁହ : ରିଲିଫ୍ କମିଶନର

0

ସମୟ ଲାଇଭ,୨୨/୧୦: ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ଓ ଆରବ ସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ଲଘୁଚାପକୁ ଆଖିଆଗରେ ରଖି ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଏହା ସହ ସ୍ଥିତି ଉପରେ ନଜର ରଖିବା ସହ ଆଗୁଆ ପଦକ୍ଷେପ ନେବାପାଇଁ କୁହାଯାଇଛି ।

ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଠାରୁ ଓଡ଼ିଶାର ପୁରୀ,ଗଞ୍ଜାମ,ଗଜପତି,ରାୟଗଡା,ନୂଆପଡା,ବଲାଙ୍ଗିର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବାରୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି କାମିଶନର । ସେହିପରି ବର୍ଷାର ପାରମାଣ ବଢିବା ସହ ୨୫ ତାରିଖରେ କେନ୍ଦୁଝର,ଢେଙ୍କାନାଳ,ବଲେଶ୍ୱର,କଟକ, ଯାଜପୁର ଆଦି ଜିଲ୍ଲାରେ ବର୍ଷାହେବ । ତେଣୁ ଜିଲ୍ଲାପାଳମାନେ ସଜାଗ ରହିବାକୁ କହିଛନ୍ତି ରିଲିଫ୍ କମିଶନର ।

Leave A Reply

Your email address will not be published.