ପୁର୍ନଭବ ମୂଷିକ ହେଲେ କି ରାନୁ ମଣ୍ଡଳ?

ସମୟ ଲାଇଭ,୧୧/୨ : ରେଲୱେ ଷ୍ଟେସନରେ ଗୀତ ଗାଇ ସୋସିଆଲ ମିଡିଆରେ ଚର୍ଚ୍ଚିତ ହେବା ପରେ ରାତାରାତି ପାଲଟି ଯାଇଥିଲେ ଷ୍ଟାର ରାନୁ ମଣ୍ଡଳ | ହିମେଶ ରେଶମିୟା ତାଙ୍କୁ ପ୍ରଥମେ ନିଜ ପ୍ରତିଭା ଦେଖେଇବାର ସୁଯୋଗ ଦେଇଥିଲେ l ତେବେ ଫ୍ୟାନଙ୍କ ପ୍ରତି ଠିକ ବ୍ୟବହାର ନ ଦେଖେଇବା କାରଣରୁ ତାଙ୍କୁ ସୋସିଆଲ ମିଡିଆରେ ଅନେକ ଥର ଟ୍ରଲ ମଧ୍ୟ ହେବାକୁ ପଡିଛି l
ତେବେ ଏ ଭିତରେ ଏପରି ଏକ ଖବର ଆସୁଛି ଯେ ସଫଳତା ପାଇବା ପରେ ହଠାତ ନିଜର ଚାକଚକ୍ୟ ଜୀବନ ଛାଡି ତାଙ୍କୁ ପୁଣି ଥରେ ତାଙ୍କ ପୁରୁଣା ଘରେ ରହିବାକୁ ପଡୁଛି l ତେବେ ୨ଟି ମନୋରଞ୍ଜନ ଧର୍ମୀ ଗୀତ ଭେଟି ଦେବା ପରେ ରାନୁଙ୍କୁ ପୁଣି ଥରେ କାହିଁକି ପୁରୁଣା ଘରକୁ ଫେରିବାକୁ ପଡିଲା ତାହା ଆପଣ ମଧ୍ୟ ଜାଣିବାକୁ ଚାଁହୁଥିବେ l ତେବେ ରାନୁ ଙ୍କୁ ନେଇ ଯେଉଁ ଚର୍ଚ୍ଚା ଜୋର ଧରିଛି ସେ ହିସାବରେ ଗଲେ ରାନୁ ନିଜକୁ ପ୍ରସ୍ତୁତ କରୁଛନ୍ତି l ତାହା ପୁଣି ନିଜ ବାୟୋପିକ ପାଇଁ l
ର୍ଯ୍ୟମ୍ପ ଶୋ’ ରେ ନିଜର ଜଲବା ଦେଖେଇବା ପରେ ଯେତିକି ଫ୍ୟାନ ଫଲୋଇଙ୍ଗ ବଢ଼ିଥିଲା ହେଭି ମେକ ଅପ କୁ ନେଇ ସେତିକି ଟ୍ରଲ ମଧ୍ୟ ହେବାକୁ ପଡିଥିଲା l
ତେବେ ଅଭିନୟରେ ରାନୁ କି ଯାଦୁ ଦେଖେଇବେ ତାହା ତ ସମୟ କହିବ |

Comments are closed.