Ranking ଅନୁଯାୟୀ ଷ୍ଟାଇପେଣ୍ଡ ମିଳୁ

Report compiled and Edited by Shakti Prakash Nanda

ସେ ଦୁଇ ଭାଇଙ୍କ ଅଲିଅଳି ସୁଭଦ୍ରା । ୧୨ ବର୍ଷ ଧରି ଭାରତୀୟ ମହିଳା ହକିର ମଉଡମଣି ସାଜିଥିଲେ । ଏବେ ରାଞ୍ଚି ରେଳବାଇ ବାଳକ ଦଳର କୋଚ୍‌ । ୫ଟି ବିଶ୍ୱକପ୍‌ ସାଙ୍ଗକୁ ଏସିଆନ୍‌ ଗେମ୍ସ, ଏସିଆ କପ୍‌, ଆଫ୍ରୋ-ଏସିଆନ୍‌ ଗେମ୍ସ ଆଦିରେ ଚମକିାର ପ୍ରଦର୍ଶନ କରି ସାରାବିଶ୍ୱକୁ ହତଚକିତ କରିଥିଲେ । ୨୦୦୯ରେ ତାଙ୍କୁ ଏସିଆର ଶ୍ରେଷ୍ଠ ଡିଫେଣ୍ଡର ସମ୍ମାନ ମିଳିଥିଲା । ୟୁରୋପୀୟ କ୍ଲବ୍‌ ଏଚ୍‌ସି ଡେନ୍‌ ବୋଶ୍ଚ ପାଇଁ ଖେଳିଥିବା ସେ ଏକମାତ୍ର ଓଡ଼ିଆ । ୨୫୪ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ଅଜସ୍ର ଅଭିଜ୍ଞତା ସତ୍ତେ୍ୱ ଏହି ଓଡ଼ିଆ ପ୍ରତିଭାଙ୍କ ପାଇଁ ଅଲିମ୍ପିକ୍ସ ଅଛୁଅæô ହୋଇରହିଯାଇଛି । ସେ ଭାରତୀୟ ମହିଳା ହକି ଦଳର ବହୁବାର ନେତୃତ୍ୱ ନେଇଛନ୍ତି । ତାଙ୍କ ମାର୍ଗଦର୍ଶନରେ ଭାରତ ମେଞ୍ଚା ମେଞ୍ଚା ମେଡ଼ାଲ ଜିତିଛି । ୨୦୦୮ ଓ ୨୦୧୨ରେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଖେଳିଥିଲେ । ହେଲେ ଅଲିମ୍ପିଆନ୍‌ ହେବାର ସୌଭାଗ୍ୟ ଜୁଟିଲା ନାହିଁ । ନା ସରକାରୀ ପ୍ରୋସିାହନ, ନା ଅର୍ଜୁନ ଆୱାର୍ଡ ପାଇଁ ସୁପାରିଶ । ସରକାରଙ୍କ ଉଦାସିନତା ସତ୍ତେ୍ୱ ତାଙ୍କ ଜୟଯାତ୍ରା ଅଟକି ଯାଇନି । ସଫଳ ଡିଫେଣ୍ଡର ସୁଭଦ୍ରା ପ୍ରଧାନଙ୍କ ଜାଜ୍ଜୁଲ୍ୟମାନ ଜୀବନୀ ସମ୍ପର୍କରେ…
ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକ୍‌ର ସଉନାମୁରା ଗæô’ରେ ସୁଭଦ୍ରାଙ୍କ ଜନ୍ମ । ବାପା ଶ୍ୟାମସୁନ୍ଦର ପ୍ରଧାନ ଓ ମା’ ଉଷା ପ୍ରଧାନଙ୍କ ୩ ସନ୍ତାନ । ଦୁଇ ଭାଇଙ୍କ ସେ ଅଲିଅଳି ଭଉଣୀ । ୧୯୯୭ରେ ସୁଭଦ୍ରାଙ୍କ ଖେଳ ଜୀବନ ଆରମ୍ଭ ହୋଇଥିଲା । ହକି ପ୍ରତି ଅହେତୁକ ଆଗ୍ରହ ତାଙ୍କୁ ପାନପୋସ କ୍ରୀଡା ଛାତ୍ରାବାସ ପାଇଁ ବାଟ କଢ଼ାଇଥିଲା । ସେହି ବର୍ଷ ସେ ପାନପୋସ କ୍ରୀଡା ଛାତ୍ରାବାସର ଅନ୍ତେବାସୀ ସାଜିଥିଲେ । ବିଜୟ ଲାକ୍ରା ତାଙ୍କ ପ୍ରାରମ୍ଭିକ କୋଚ୍‌ । ବିଜୟଙ୍କଠୁ ସୁଭଦ୍ରା ହକିର ଗୁରୁମନ୍ତ୍ର ପାଇଥିଲେ । ଏହାପରଠୁ ସୁଭଦ୍ରାଙ୍କ ଯାତ୍ରା ଥମିନଥିଲା । ସେ ପଛକୁ ଫେରିଚାହିଁନଥିଲେ । ମାତ୍ର ୩ ବର୍ଷର ପ୍ରଶିକ୍ଷଣ ପରେ ୨୦୦୦ ମସିହାରେ ମାଲେସିଆରେ ଅନୁଷ୍ଠିତ ଜୁନିୟର ଏସିଆ କପ୍‌ ଖେଳି ଜୁନିୟରସ୍ତରରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ୧୨ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର ମଧ୍ୟରେ ସେ ୧୨ଟି ପଦକ ଜିତିଛନ୍ତି । ଏଥିରେ ୪ଟି ସ୍ୱର୍ଣ୍ଣ ଓ ୪ଟି ରୌପ୍ୟ ପଦକ ରହିଛି । ୨୦୦୩ରେ ସେ ସିନିୟର ଦଳରେ ଡେବୁ୍ୟ କରିଥିଲେ । ଜସଜିତ କୌରଙ୍କ ସହ ସେ ଭାରତର ପ୍ରଥମ ମହିଳା ହକି ଖେଳାଳି ଭାବେ ୟୁରୋପୀୟ କ୍ଲବ୍‌ ଏଚ୍‌ସି ଡେନ୍‌ ପୋଶ୍ଚ (ନେଦରଲାଣ୍ଡସ୍‌) ପାଇଁ ୨୦୦୭ରେ ଖେଳିଥିଲେ । ଏହାର ଦୁଇବର୍ଷ ପରେ ଅର୍ଥାତ୍‌ ୨୦୦୯ ଏପ୍ରିଲ ୨୬ ତାରିଖରେ ସମ୍ବଳପୁର ନିବାସୀ ଇଞ୍ଜିନିୟର ପ୍ରଦୀପ ନାୟକଙ୍କୁ ବିବାହ କରିଥିଲେ । ପ୍ରଦୀପ ଏବେ ବେଙ୍ଗାଲୁରୁ ସ୍ଥିତ ହାଲ୍‌ରେ ବିମାନ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଅଛନ୍ତି । ସୁଭଦ୍ରାଙ୍କର ଦୁଇ ଝିଅ । ସେ ଝାଡ଼ଖଣ୍ଡ ରାଞ୍ଚି ରେଳବାଇରେ ଚାକିରି କରିଛନ୍ତି ।
ଅନ୍ତର୍ଜାତୀୟରେ ଦ୍ୱିଶତକ
ମହିଳା ହକି ଖେଳାଳି ସୁଭଦ୍ରା ପ୍ରଧାନଙ୍କ ସଫଳତା ତାଙ୍କ ଅନ୍ତର୍ଜାତୀୟ ମ୍ୟାଚ୍‌ ସଂଖ୍ୟାରେ ପ୍ରତିଫଳିତ ହେଉଛି । ସେ ସିନିୟରସ୍ତରରେ ୧୨୬ଟି, ୯୮ଟି ଟେଷ୍ଟ ମ୍ୟାଚ୍‌ ଓ ଜୁନିୟରରେ ୩୦ଟି ଏପରି ମୋଟ୍‌ ଉପରେ ୨୫୪ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ । ୨୦୦୮ ଓ ୨୦୧୨ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ସେ ଭାରତୀୟ ମହିଳା ଦଳର ସଦସ୍ୟା ଥିଲେ ।
୨୦୦୦ରେ ହଂକଂରେ ଅନୁଷ୍ଠିତ ପ୍ରଥମ ୧୮ ବର୍ଷରୁ ଏଏଚ୍‌ଏଫ୍‌ ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ବିଜୟୀ ଭାରତୀୟ ଦଳର ସଦସ୍ୟା ଥିଲେ । ଫାଇନାଲରେ ଭାରତ ୩-୧ ଗୋଲ୍‌ରେ ଶକ୍ତିଶାଳୀ ଜାପାନକୁ ହରାଇଥିଲା । ସେହି ବର୍ଷ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ଭାରତ ମାଲେସିଆକୁ ୨-୦ରେ ହରାଇଥିଲା । ଏହି ପ୍ରତିଯୋଗିତାରେ ସୁଭଦ୍ରାଙ୍କ ଶାଣୀତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ୨୦୦୧ରେ ଜୁନିୟର ମହିଳା ହକି ବିଶ୍ୱକପ୍‌ ଆର୍ଜେଣ୍ଟିନାରେ ଖେଳାଯାଇଥିଲା । ଏଥିରେ ଭାରତ ନବମ ସ୍ଥାନରେ ରହିଥିଲା । ସୁଭଦ୍ରା ଭାରତୀୟ ଦଳର ସଦସ୍ୟା ଥିଲେ । ୨୦୦୩ ରୁଷିଆରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଟେଷ୍ଟ ଶୃଙ୍ଖଳାରେ ଭାରତ ଜିତିଥିଲା । ଏଥିରେ ମଧ୍ୟ ସୁଭଦ୍ରା ସାମିଲ ଥିଲେ । ସେହିବର୍ଷ ଜାପାନରେ ଅନୁଷ୍ଠିତ ସିନବାସିର କପ୍‌ ଇଣ୍ଟରନ୍ୟାସନାଲ ହକି ଟୁର୍ଣ୍ଣାମେଣ୍ଟରେ ସେ ଟିମ୍‌ ଇଣ୍ଡିଆର ପ୍ରତିନିଧିତ୍ୱ କରିଥିଲେ । ୨୦୦୩ରେ ହାଇଦ୍ରାବାଦରେ ଅନୁଷ୍ଠିତ ପ୍ରଥମ ଆଫ୍ରୋ-ଏସିଆନ୍‌ ଗେମ୍ସରେ ଭାରତ ସ୍ୱର୍ଣ୍ଣ ଜିତିଥିଲା । ସୁଭଦ୍ରା ଭାରତୀୟ ଦଳର ଅଂଶ ଥିଲେ । ୨୦୦୪ରେ ଦିଲ୍ଲୀରେ ଅନୁଷ୍ଠିତ ପଞ୍ଚମ ମହିଳା ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳରେ ସୁଭଦ୍ରାଙ୍କ ଚମକ ଦେଖିବାକୁ ମିଳିଥିଲା । ହାଇଦ୍ରାବାଦରେ ଅନୁଷ୍ଠିତ ଚତୁର୍ଥ ଜୁନିୟର ଏସିଆ କପ୍‌ରେ ପ୍ରଥମଥର ପାଇଁ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ । ତାଙ୍କ ତତ୍ତ୍ୱାବଧାନରେ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା । ୨୦୦୫ରେ ଦ.କୋରିଆରେ ଅନୁଷ୍ଠିତ ପଞ୍ଚମ କେଟି କପ୍‌ରେ ଭାରତ ପଞ୍ଚମ ହୋଇଥିଲା । ସେହିବର୍ଷ ପଞ୍ଚମ ଜୁନିୟର ମହିଳା ବିଶ୍ୱକପ୍‌ ଚିଲିରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ ୧୧ତମ ସ୍ଥାନ ହାସଲ କରିଥିଲା । ୨୦୦୫ ଅକେଫାବର ୧ରୁ ୮ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ସପ୍ତମ ଇନ୍ଦିରା ଗାନ୍ଧୀ ଗୋଲï କପ୍‌ରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟା ଥିଲେ । ୨୦୦୬ରେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ରୌପ୍ୟ ପଦକ ଜିତିଥିଲା । ସୁଭଭ୍ରା ଭାରତୀୟ ଦଳରେ ସାମିଲ ଥିଲେ । ୨୦୦୬ ସେପେଫମ୍ବର ୨୭ରୁ ଅକେଫାବର ୭ ତାରିଖ ପର୍ଯ୍ୟନ୍ତ ମାଦ୍ରିଦ୍‌ରେ ଅନୁଷ୍ଠିତ ମହିଳା ହକି ବିଶ୍ୱକପ୍‌ରେ ଭାରତ ୧୧ତମ ସ୍ଥାନ ହାସଲ କରିଥିଲା । ସୁଭଦ୍ରା ଭାରତୀୟ ଦଳର ସେ ସଦସ୍ୟା ଥିଲା । ଦୋହାରେ ଅନୁଷ୍ଠିତ ୧୫ତମ ଏସିଆନ୍‌ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଦଳରେ ତାଙ୍କୁ ସ୍ଥାନ ମିଳିଥିଲା । ୨୦୦୭ରେ ହଂକଂରେ ଅନୁଷ୍ଠିତ ଷଷ୍ଠ ମହିଳା ଏସିଆ କପ୍‌ରେ ଭାରତ ଚତୁର୍ଥ ହୋଇଥିଲା । ସେହିବର୍ଷ ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ଲାଲବାହାଦୂର ଶାସ୍ତ୍ରୀ ମହିଳା ହକି ଟୁର୍ଣ୍ଣାମେଣ୍ଟରେ ଭାରତ ସ୍ୱର୍ଣ୍ଣ ଜିତିଥିଲା । ଏହି ପ୍ରତିଯୋଗିତାରେ ସୁଭଦ୍ରା ଚମକି ଥିଲେ । ୨୦୦୮ରେ ଅନୁଷ୍ଠିତ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଭାରତୀୟ ଦଳରେ ସାମିଲ ଥିଲେ । ସେହିଭଳି ୨୦୧୨ରେ ଲଣ୍ଡନ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ସୁଭଦ୍ରାଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିଥିଲା ।
୨୦୦୯ ଅକେଫାବର ୨୯ରୁ ନଭେମ୍ବର ୮ ତାରିଖ ପର୍ଯ୍ୟାୟ ଥାଇଲାଣ୍ଡରେ ଅନୁଷ୍ଠିତ ସପ୍ତମ ମହିଳା ଏସିଆ କପ୍‌ରେ ଭାରତ ରୌପ୍ୟ ପଦକ ଜିତିଥିଲା । ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସୁଭଦ୍ରାଙ୍କୁ ପ୍ଲେୟାର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ ଆୱାର୍ଡ ମିଳିଥିଲା । ୨୦୧୦ରେ ଚାଇନା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ଟିମ୍‌ ଇଣ୍ଡିଆ ସୁଭଦ୍ରାଙ୍କ ନେତୃତ୍ୱରେ ୦-୩ରେ ପରାଜିତ ହୋଇଥିଲା । ସେହିଭଳି ଜାପାନ ସହ ୪ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ମଧ୍ୟ ଭାରତ ୦-୩ରେ ହାରିଥିଲା ।
୨୦୧୦ରେ ଜର୍ମାନରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା । ସୁଭଦ୍ରା ଟିମ୍‌ ଇଣ୍ଡିଆର ସଦସ୍ୟା ଥିଲେ । ସେହି ବର୍ଷ ନୂଆଦିଲ୍ଲୀରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପଞ୍ଚମ ସ୍ଥାନରେ ରହିଥିଲା । ସୁଭଦ୍ରାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଥିଲା । ଗୁଆନ୍‌ଝୌରେ ଅନୁଷ୍ଠିତ ଏସିଆନ୍‌ ଗେମ୍ସରେ ସୁଭଦ୍ରା ଭାରତୀୟ ଦଳରେ ସାମିଲ ଥିଲେ । ଏହି ପ୍ରତିଯୋଗିତାରେ ଭାରତ ଚତୁର୍ଥ ସ୍ଥାନ ହାସଲ କରିଥିଲା । ୨୦୧୨ରେ ନୂଆଦିଲ୍ଲୀର ମେଜରଧ୍ୟାନ ଚାନ୍ଦ ହକିଷ୍ଟାଡିୟମ୍‌ରେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ହୋଇଥିଲା । ଏଥିରେ ଭାରତ ରୌପ୍ୟ ପଦକ ଜିତିଥିଲେ ମଧ୍ୟ ଅଲିମ୍ପିକ୍ସ ମୁଖ୍ୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ହାସଲ କରିପାରିନଥିଲା । ଏହି ପ୍ରତିଯୋଗିତା ସୁଭଦ୍ରାଙ୍କ ପାଇଁ ଶେଷ ଅନ୍ତର୍ଜାତୀୟ ମୁକାବିଲା ଥିଲା । ଏହାପରେ କିଛି ବର୍ଷ ରାଞ୍ଚି ରେଳବାଇ ପକ୍ଷରୁ ଖେଳ ଜାରିରଖିବା ପରେ ଅଧୁନା ବାଳକ ଦଳର କୋଚ୍‌ ଅଛନ୍ତି ।

Comments are closed.