ଭାଗ୍ୟ ବଦଳାଇଲା ଶିବଗାମୀ ରୋଲ୍‌

0

ମୁମ୍ବାଇ: ସେପ୍‌ଟେମ୍ବର ୧୫: ପ୍ରସିଦ୍ଧ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜମୌଲୀଙ୍କ ବ୍ଲକବଷ୍ଟର ଫିଲ୍ମ ‘ବାହୁବଳୀ’ରେ ଶିବଗାମୀଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ରାମ୍ୟା କୃଷ୍ଣନ ୫୧ ବର୍ଷରେ ପଦାର୍ପଣ କରିଛନ୍ତି । ଚେନ୍ନାଇରେ ଜନ୍ମିତା ରାମ୍ୟା ସାଉଥ୍‌ ସହ ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି । ସେ ତାଙ୍କ କ୍ୟାରିଅରର ଆରମ୍ଭ ମାତ୍ର ୧୪ ବର୍ଷ ବୟସରେ ତାମିଲ ଫିଲ୍ମ ଭେଲ୍ଲଇ ମନାସୁରୁ କରିଥିଲେ । ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଧମାଲ କରିବା ପରେ ସେ ବଲିଉଡ୍‌ରେ ପାଦ ରଖିଥିଲେ । ରାମ୍ୟାଙ୍କ ପାଇଁ ବାହୁବଳୀ ଫିଲ୍ମ ତାଙ୍କୁ ଭିନ୍ନ ପରିଚୟ ଦେବାରେ ସଫଳ ହୋଇଥିଲା । ଶିବଗାମୀ ରୋଲ ପାଇଁ ଫିଲ୍ମ ନିର୍ମାତାଙ୍କ ପ୍ରଥମ ପସନ୍ଦ ଥିଲେ ଶ୍ରୀଦେବୀ । ହେଲେ ଶ୍ରୀଦେବୀ ପାରିଶ୍ରାମିକ ବାବଦକୁ ୬ କୋଟି ଦାବି କରିଥିଲେ । ଯେଉଁଥିପାଇଁ ନିର୍ମାତା ଶ୍ରୀଦେବୀଙ୍କ ବଦଳରେ ରାମ୍ୟାଙ୍କୁ ଫିଲ୍ମ ପାଇଁ ସାଇନ୍‌ କରିଥିଲେ । ଯାହା ଫଳରେ ରାମ୍ୟାଙ୍କ ଭାଗ୍ୟ ବଦଳିଗଲା । ଫିଲ୍ମଟି ସୁପରହିଟ୍‌ ହେବା ସହ ତାଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିଥିଲେ । ଅଭିନେତ୍ରୀ ରାମ୍ୟା କୃଷ୍ଣନ ୟଶ ଚୌପ୍ରାଙ୍କ ଫିଲ୍ମ ପରମ୍ପରାରୁ ବଲିଉଡ୍‌ରେ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ଖଳନାୟକ, ଚାହତ୍‌, ବନରାସୀ ବାବୁ ଏବଂ ବଡେ ମିଆଁ ଛୋଟେ ମିଆଁ ପରି ହିନ୍ଦୀ ଫିଲ୍ମରେ ନଜର ଆସିଥିଲେ । ରିପୋର୍ଟ ଅନୁଯାୟୀ ରାମ୍ୟା ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ସେ ସାଉଥ୍‌ର ଟିଭି ଚ୍ୟାନେଲରେ ମଧ୍ୟ ବହୁତ ସକ୍ରିୟ । ୨୦୦୩ରେ ତେଲୁଗୁ ଫିଲ୍ମ ନିର୍ମାତା କୃଷ୍ଣା ବାମସିଙ୍କୁ ରାମ୍ୟା ବିବାହ କରିଛନ୍ତି । ବାହୁବଳି ୨ ପାଇଁ ଅଢେଇ କୋଟି ଟଙ୍କା ଚାର୍ଜ କରିଥିବା ରାମ୍ୟାଙ୍କ ନିକଟରେ ଏବେ ୪୦ କୋଟିର ସମ୍ପତ୍ତି ରହିଛି ।

Leave A Reply

Your email address will not be published.