ଟୁଇଟର୍‌ରେ ଭୁଲ୍‌ ତଥ୍ୟ ପ୍ରଦାନ କରି ଅଡ଼ୁଆରେ ସାଂସଦ ସୁଶୀଲ ମୋଦି

0

ଦିଲ୍ଲୀ: ସେପ୍‌ଟେମ୍ବର ୨୭ : ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦି ଟୁଇଟର୍‌ରେ ଭୁଲ୍‌ ତଥ୍ୟ ପ୍ରଦାନ କରି ଅଡ଼ୁଆରେ ଫସିଛନ୍ତି । ସେ ଜଣେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ସାଂସଦ ପଦରେ ରହି କିପରି ଏହିପରି ଭୁଲ୍‌ ତଥ୍ୟ ପ୍ରଦାନ କଲେ, ସେ ନେଇ ଏବେ ଚର୍ଚ୍ଚା ଚାଲିଛି । ଟୁଇଟର୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ସେ କାଲି ନିଜ ସମ୍ବୋଧନର ଏକ ଭିଡିଓ ପ୍ରସାର କରିଥିଲେ । ଭିଡିଓରେ ସେ କହିଛନ୍ତି, ‘ସ୍ୱାଧୀନତା ପରେ ନରେନ୍ଦ୍ର ମୋଦି ଏକମାତ୍ର ନେତା, ଯିଏ କି ମୁଖ୍ୟମନ୍ତ୍ରୀ ଥିଲେ ଓ ଏହାପରେ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ହୋଇଛନ୍ତି ।’ ଏହା ଏକ ଭୁଲ୍‌ ତଥ୍ୟ । ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବରୁ ୫ ଜଣ ନେତା ମୁଖ୍ୟମନ୍ତ୍ରୀ ରହିଥିଲେ, ଯିଏକି ପରେ ପ୍ରଧାନମନ୍ତ୍ରୀ ହୋଇସାରିଛନ୍ତି ।
ସୂଚନା ଥାଉ ଯେ, ନରେନ୍ଦ୍ର ମୋଦି ୧୩ ବର୍ଷ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ । ପରେ ସେ ୭ ବର୍ଷ ହେବ ଦେଶର ପ୍ରଧାନମନ୍ତ୍ରୀ ଭାବେ ରହିଛନ୍ତି । ତାଙ୍କ ପୂର୍ବରୁ ୫ ଜଣ ନେତା ମୁଖ୍ୟମନ୍ତ୍ରୀ ଥିଲେ, ଯିଏକି ପରେ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେହି ନେତାମାନେ ହେଲେ- ମୋରାଜୀ ଦେଶାଇ, ଚୌଧୁରୀ ଚରଣ ସିଂ, ପିଭି ନରସିଂହ ରାଓ,ଏଚ୍‌ଡି ଦେବ ଗୌଡା ଏବଂ ଭିପି ସିଂ । ନରେନ୍ଦ୍ର ମୋଦି ଦେଶର ଷଷ୍ଠ ନେତା, ଯିଏକି ମୁଖ୍ୟମନ୍ତ୍ରୀ ଥିଲେ ଓ ପରେ ପ୍ରଧାନମନ୍ତ୍ରୀ ହୋଇଛନ୍ତି ।

Leave A Reply

Your email address will not be published.