ଛାତ୍ରଛାତ୍ରୀ, ତିଆରି କଲେ ଇ-ବାଇକ୍‌ ଓ ରିକ୍ସା

ରାୟଗଡ଼ା,ସେପ୍‌ଟେମ୍ବର ୨୪ : ଚାର୍ଜ କଲେ ଚାଲିବ ବାଇକ୍‌ ଓ ରିକ୍ସା । ତାହା ପୁଣି ବିଦ୍ୟୁତ ଓ ସୋଲାର ଚାର୍ଜ ହୋଇପାରିବ । ଏଥିପାଇଁ ବାୟୁମଣ୍ଡଳ ଦୂଷିତ ହେବାର ନାହିଁ । ରାୟଗଡା ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏପରି ଇ-ବାଇକ୍‌ ଓ ଅଟୋ ରିକ୍ସା ତିଆରି କରିଛନ୍ତି । ରାୟଗଡା ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ନୂତନ ଭାବେ ତିଆରି କରିଛନ୍ତି ବିଦ୍ୟୁତ ଚାଲିତ ବାଇକ ଓ ରିକ୍ସା । ଛାତ୍ର ସୁବ୍ରତ କୁମାର ପଣ୍ଡା ଓ ତାଙ୍କ ଟିମ୍‌ କରିଛନ୍ତି ଏହି ଇ-ବାଇକ । ଯେଉଁଥିରେ ବିଏଲïିସି ମୋଟର, ୪୮ ଭୋଲଟ୍‌ ୨୦ ଆମ୍ପିୟର ବିଶିଷ୍ଟ ୪ଟି ବ୍ୟାଟେରି ସହ ସୋଲାର ପ୍ଲେଟ ରହିଛି । ଯଦ୍ୱାରା ବାଇକଟି ଉଭୟ ବ୍ୟାଟେରୀ ଓ ସୌରଶକ୍ତି ଦ୍ୱାରା ଚାଲୁଛି । ବ୍ୟାଟେରୀଟି ୩ ଘଣ୍ଟା ଚାର୍ଜ କଲେ ବାଇକ୍‌ ୬୦ କିଲୋମିଟର ଯାଇପାରିବ । ଦିନରେ ସୋଲାରରେ ଅର୍ନିଦ୍ଧିଷ୍ଟ ସମୟ ଯାଏ ବାଇକ୍‌ ଚାଲିବା ସହିତ ବ୍ୟାଟେରୀ ଚାର୍ଜ ହୋଇପାରିବ । ଏହାର ଘଣ୍ଟା ପ୍ରତି ବେଗ ୪୦ କିମି ରହିଛି । ସେହିପରି ଇ-ରିକ୍ସାରେ ବିଏ ବିଏଲïିସି ହବ୍‌ ମୋଟର, ବ୍ୟାଟେରୀ ଖଞ୍ଜା ଯାଇଛି । ଏହାର ଘଣ୍ଟାପ୍ରତି ବେଗ ୨୦ କିଲୋମିଟର ରହିବ ବୋଲି ଇଂଜିନିୟରିଂ ଛାତ୍ରମାନେ କହିଛନ୍ତି । ଏହା ଦ୍ୱାରା ତୈଳ ଖର୍ଚ୍ଚ ହ ୍ରାସ୍‌ ହୋଇ ପାରିବା ସାଙ୍ଗକୁ ପ୍ରଦୂଷଣ ମଧ୍ୟ କମିବ ବୋଲି ଛାତ୍ରମାନେ କହିଛନ୍ତି । ଲକ୍‌ ଡାଉନ୍‌ ସମୟରେ ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଇ-ବାଇକ ଓ ଇ-ରିକ୍ସା ର୍ନିର୍ମାଣ କରିବାରେ ସଫଳ ହୋଇ ପାରିଛନ୍ତି । ନିଜସ୍‌୍ୱ ଆଗ୍ରହ ଓ ଜ୍ଞାନକୌଶଳ ସାଙ୍ଗକୁ ଶିକ୍ଷକମାନଙ୍କ ଅହରହ ପ୍ରେରଣା ଯୋଗୁ ଛାତ୍ରମାନେ ଏଭଳି କରିବାରେ ସକ୍ଷମ ହୋଇଛନ୍ତି । ଅନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ କିଛିକିଛି ଯନ୍ତ୍ରାଂଶ ସାଙ୍ଗକୁ ଉପାଦନ ଯୋଗାଇ ଦିଆଯାଇଛି । ଏଭଳି ର୍ନିର୍ମାଣ ଛାତ୍ରଛାତ୍ରୀଙ୍କୁ ଅଗାମୀ ଦିନରେ ଉତ୍ସାହ ଯୋଗାଇବା ସହ ଆହୁରି ନୂତନ ଉଦ୍ଭାବନ ପାଇଁ ବାଟ ଦେଖାଇବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଇଂ.ବିମ୍‌୍ୱାଧର ସାହୁ ଆଶାବ୍ୟକ୍ତ କରିଛନ୍ତି ।

Comments are closed.