ମୋଦୀ ଭାଇ ବିରୋଧରେ ଭାଇକୁ ଉସୁକାଉଛନ୍ତି: ରାହୁଲ ଗାନ୍ଧୀ

ସମୟ ଲାଇଭ୍‍, ୨୭/୧୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଛତିଶଗଡ଼ରେ ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟ ମହୋତ୍ସବ ଉଦଘାଟନ କରିଛନ୍ତି। ଏ ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ପ୍ରଥମେ ବିମୂଦ୍ରାୟନ ଓ ଜିଏସଟି ପରି ବ୍ୟବସ୍ଥା ଲାଗୁ କରି ଲୋକଙ୍କର ରୋଜଗାର ଛଡ଼ାଇ ନେଇଛନ୍ତି। ଏବେ ଭାଇ ବିପକ୍ଷରେ ଭାଇକୁ ଲଢ଼ାଉଛନ୍ତି ମୋଦୀ ଜୀ। ଏପରି କରିବା ଦ୍ୱାରା ଦେଶର ଉନ୍ନତି ହୋଇପାରିବ ନାହିଁ।
ଅନ୍ୟପଟେ ରାହୁଲ କହିଛନ୍ତି ଯେ, ବିବିଧତାରେ ହିଁ ଏକତା ହିଁ ଆମର ବଳ। ଞ୍ଜ ସମସ୍ତଙ୍କୁ ଏକତ୍ର କରିବାରେ ହିଁ ଦେଶର ସମୃଦ୍ଧି ହେବ। ଭାଇକୁ ଭାଇ ବିରୋଧରେ ଉସୁକାଇ ଦେଶର ମଙ୍ଗଳ ସାଧନ କରିହେବ ନାହିଁ। ଦେଶର ସବୁ ଧର୍ମ, ଆଦିବାସୀ, ଦଳିତଙ୍କୁ ପଛରେ ନ ଛାଡ଼ି ସାଥିରେ ନେଇ ଆଗକୁ ବଢ଼ିବାର ଅଛି ନଚେତ ଦେଶର ଅର୍ଥନୀତିକୁ ସୁଧାରି ହେବ ନାହିଁ।
ସୂଚନା ଥାଉ କି, ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟ ମହୋତ୍ସବରେ ରାହୁଲ ଆଦିବାସୀ ଭାଇ ଭଉଣୀଙ୍କ ସହ ମିଶି ନାଚୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା।

Comments are closed.