ଆଜିଠାରୁ ତିନି ଦିନ ଧରି ବନ୍ଦ ରହିବ ଶ୍ରୀମନ୍ଦିର

0

ଭୁବନେଶ୍ୱର: ସେପ୍‌ଟେମ୍ବର ୧୦: ଆଜି ଶ୍ରୀଗଣେଶ ଚତୁର୍ଥ ଲାଗି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଛି । ଆସନ୍ତା ଶନିବାର ଓ ରବିବାର ମଧ୍ୟ ଭକ୍ତ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରିବେ ନାହିଁ । ପୂର୍ବ ଏସ୍‌ଓପି ନିୟମ ଅନୁସାରେ ଶନିବାର ଓ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ । ତେବେ ଭକ୍ତ ଆସନ୍ତା ସୋମବାର ଦିନ ନୂତନ ଏସ୍‌ଓପି ନିୟମ ଅନୁସାରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରିବେ ।
ନୂତନ ଏସ୍‌ଓପି ଅନୁସାରେ, କେବଳ ରବିବାର ଦିନ ଶ୍ରୀମନ୍ଦିର ବନ୍ଦ ରହିବ । ଏହି ଦିନ ମନ୍ଦିରକୁ ସାନିଟରାଇଜ୍‌ କରାଯିବ । ଏହାସହିତ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ସମୟ ସୀମା ସକାଳ ୭ଟାରୁ ରାତ୍ରି ୯ଟା ଯାଏଁ ବୃଦ୍ଧି କରାଯାଇଛି । ଭକ୍ତମାନେ ଆନନ୍ଦବଜାରରେ ବସି ଆନନ୍ଦ ମନରେ ପ୍ରଭୂଙ୍କ ମହାପ୍ରସାଦ ସେବନ କରିପାରିବାର ନିୟମ ରହିଛି । ଭକ୍ତମାନେ ନିଜ ଇଚ୍ଛା ଅନୁସାରେ ପ୍ରଭୂଙ୍କ ପାଇଁ ଫୁଲ, ଦୀପ ଓ ଧୂପ ଆଦି ପୂଜା ସାମଗ୍ରୀ ନେଇପାରିବେ । ତେବେ ଆସନ୍ତା ୧୭ ତାରିଖ ଦିନ ବିଶ୍ୱକର୍ମା ପୂଜ ସକାଶେ ଶ୍ରୀମନ୍ଦିର ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.