ନା ଲାଞ୍ଚ ନେବି ନା ଲାଞ୍ଚ ଦେବି ଶପଥ ନେଲି ସାଧାରଣ ଲୋକଙ୍କ ସେବା କରିବି 

0

ସମୟ ଲାଇଭ,୨୮/୧୦:ଦୁର୍ନିତୀର ମୂଳପୋଛ କରିବା ପାଇଁ ସରକାର ଏବେ ବଦ୍ଧପରିକର ୲ ଏଭଳି ଏକ ଚିତ୍ର ଆଜି ଦେଖିବାକୁ ମିଳିଛି ଓଡ଼ିଶା ଲୋକସେବା ଭବନରେ ୲ ପ୍ରଶାସନିକ ଅଧିକାରୀ ସଚିବ ଓ କର୍ମଚାରୀ ମାନେ ଦୁର୍ନୀତିର ମୂଳପୋଛ ପାଇଁ ଆଜି ଶପଥପାଠ କରିଛନ୍ତି ୲ ପଞ୍ଚାୟତରାଜ ଓ ଗଣଶିକ୍ଷା ବିଭାଗର ଅଧିକାରୀମାନେ ଦୁର୍ନୀତିକୁ ପ୍ରଶୟ ନଦେଵା ପାଇଁ ଏଭଳି ଅଭିନବ ଉପାୟ ଗ୍ରହଣ କରିଛନ୍ତି ଏହି ଅଧିକାରୀ ମାନେ ୲ ରାଜ୍ୟବ୍ୟାପୀ ଚାଲୁଥିବା ଭିଜିଲାନ୍ସ ସଚେତନତା ସପ୍ତାହ ଅବଶରରେ ଦୁର୍ନୀତି ବିରୋଧରେ ଶପଥପାଠ କରିଛନ୍ତି ଏହି ଅଧିକାରୀ ମାନେ ୲ ସରକାର ହେଉଛନ୍ତି ଜନସାଧାରଣଙ୍କର ଏବଂ ଜନତାଙ୍କ ପାଇସାରେ ହିଁ ସରକାର ଚାଲୁଛି ୲ ତେଣୁ ତ୍ରୂଣମୂଳସ୍ତରରେ ସରକାରୀ ସୁବିଧା ସୁଯୋଗକୁ କେମିତି ପହଞ୍ଚାଇହେବ ସେ ଦିଗରେ କାମ କରିବା ପାଇଁ ମଧ୍ୟ ଦେଇଛନ୍ତି ଶପଥ ୲

Leave A Reply

Your email address will not be published.