ସାଥୀଙ୍କୁ ଦିଅନ୍ତୁ ଏହି ପ୍ରତିଶୃତି, ସଫଳ ହେବ ଆପଣଙ୍କ ପ୍ରେମ ସମ୍ପର୍କ

ସମୟ ଲାଇଭ,୧୧/୨: ପ୍ରେମ ସପ୍ତାହର ପଞ୍ଚମ ଦିନରେ କିଛି ନା କିଛି ପ୍ରତିଜ୍ଞା କରିଥାନ୍ତି | ପ୍ରେମ ବିବାହ ପରେ ଦାମ୍ପତ୍ୟ ଜୀବନରେ ବହୁ ଝଡ଼ ଦେଖାଦେଉଥାଏ ତେବେ ଏହି ଅପ୍ରୀତିକର ପରିସ୍ଥିତି ଠାରୁ ଦୂରରେ ରହିବା ପାଇଁ ଆପଣ ଆଜି ଏପରି କିଛି ପ୍ରତିଜ୍ଞା କରନ୍ତୁ ଯାହା ଫଳରେ ସାରା ଜୀବନ ହସଖୁସିରେ ସାଥୀଙ୍କ ସହ ବିତାଇପାରିବେ । ତେବେ କେବଳ ଯେ, ଆପଣ ପ୍ରତିଶୃତି ଦେଲେ ସମ୍ପର୍କରେ ମଧୁରତା ଆସିବା ତାହା ନୁହେଁ ବରଂ ଆପଣଙ୍କୁ ଆନ୍ତରିକତା ସହ ଏହି ପ୍ରତିଶୃତି ପାଳନ କରିବାକୁ ହେବ |
ପରସ୍ପର ପରିବାର ସଦସ୍ୟଙ୍କୁ ସମ୍ମାନ ଦେବେ ବୋଲି ପ୍ରତିଜ୍ଞା କରନ୍ତୁ | ଏହା ଆପଣଙ୍କ ଦାମ୍ପତ୍ୟ ଜୀବନକୁ ସରଳ କରିଥାଏ।

-ଅନ୍ୟ ଆଗରେ ପରସ୍ପରଙ୍କ ନିନ୍ଦା କିମ୍ବା ଅଭିଯୋଗ କରିବେ ନାହିଁ ବୋଲି ସାଥୀଙ୍କୁ ଜଣାଇଦିଅନ୍ତୁ । ଏହା ଆପଣଙ୍କ ସମସ୍ୟାକୁ ଅଧିକ ଜଟିଳ କରିଥାଏ।
-କୌଣସି କାର୍ଯ୍ୟ କରିବା ଆଗରୁ ପରସ୍ପରଙ୍କ ମତାମତ ନେବେ ବୋଲି ସ୍ପଷ୍ଟ କରାନ୍ତୁ |
-ଦାମୀ ନ ହେଲେ ମଧ୍ୟ ପରସ୍ପରଙ୍କୁ ସମୟେ ସମୟେ କିଛି ଉପହାର ଦେବେ ବୋଲି ପ୍ରତିଜ୍ଞା କରନ୍ତୁ କିନ୍ତୁ ଏ ବିଷୟରେ ସାଥୀଙ୍କୁ ନୁହେଁ ନିଜେ ନିଜକୁ ପ୍ରତିଶୃତି ଦିଅନ୍ତୁ | ଯେତେବେଳେ ଆପଣ ସାଥୀଙ୍କୁ ଉପହାର ଦେବେ ସେ ଖୋଦ ବୁଝିପାରିବେ ଆପଣ ସାଥୀଙ୍କୁ କେତେ ଭଲ ପାଆନ୍ତି | ସେହିପରି ସାଥୀଙ୍କ ଠାରୁ ପାଇଥିବା ଉପହାରକୁ ଖୁସିରେ ଗ୍ରହଣ କରନ୍ତୁ।
-ଛୁଟିଦିନ ଗୁଡ଼ିକୁ ସାଙ୍ଗ କିମ୍ବା ସହକର୍ମୀଙ୍କ ସହ ନ ବିତାଇ ପରସ୍ପରଙ୍କ ସହ ବିତାଇବା ପାଇଁ ଶପଥ ନିଅନ୍ତୁ । ଏହା ଆପଣଙ୍କ ଜୀବନକୁ ସୁମଧୁର କରିଥାଏ।
-ସ୍ତ୍ରୀଙ୍କୁ ଘର କାମରେ ସାହାଯ୍ୟ କରିବେ ବୋଲି ମଧ୍ୟ ସାଥୀଙ୍କୁ ଜଣାନ୍ତୁ | ଏହା ଦ୍ୱାରା ଆପଣଙ୍କ ଭିତରେ ଭଲପାଇବା ବଢିଥାଏ।
-ପରସ୍ପରଙ୍କୁ ଅନ୍ୟ ସହ ତୁଳନା କରିବେ ନାହିଁ ବୋଲି ମନେ ମନେ ସ୍ଥିର କରିନିଅନ୍ତୁ | ସାଥୀଙ୍କୁ ଅନ୍ୟ ସହ ତୁଳନା କରିବା ଆପଣଙ୍କ ଦାମ୍ପତ୍ୟ ଜୀବନରେ ନକରାତ୍ମକ ଭାବ ପକାଇଥାଏ।
-ପରସ୍ପରଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରିବା ପ୍ରମିଶ ଡେ ସବୁଠାରୁ ବଡ ପ୍ରତିଜ୍ଞା |

1 Comment
  1. Mikulesh gond says

    Nice

Comments are closed.