ଖେଳାଳିଙ୍କ ପାଇଁ ପାଣି ବୋହିଲେ ପ୍ରଧାନମନ୍ତ୍ରୀ

0
ସମୟ ଲାଇଭ,୨୫/୧୦: ପଡ଼ିଆରେ ମ୍ୟାଚ ଚାଲିଥିଲା ଖେଳୁଥିଲେ ଉଭୟ ଟିମର ଖେଳାଳି ଆଉ ଡ୍ରଙ୍କସ୍ ବ୍ରେକ୍ ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟ । ହଟାତ୍ ପଡିଆ ଭିତରକୁ ଦୈଡି ଆସିଲେ ପ୍ରଧାନମନ୍ତ୍ରୀ ଆଉ ହାତରେ ଥିଲା ପାଣି ବୋତଲ । ଏଭଳି ଏକ ତିତାକର୍ଷକ ଦୃଶ୍ୟ ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆରେ । ଏଠାରେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ମଧ୍ୟରେ ହେଉଥିବା ଏକ ବନ୍ଧୁତ୍ୱପୁର୍ଣ୍ଣ ମ୍ୟାଚରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍ଟଟ ମ୍ୟାରିସନ ପାଣି ବୋତଲ ନେଇ ପଡ଼ିଆ ମଧ୍ୟକୁ ଦୈଡ଼ି ଯାଇଥିଲେ । ଯାହାକୁ ଦେଖି ସମସ୍ତେ ଚକିତ ହୋଇଯାଇଥିଲେ ନିଜ ଟିମର ଖେଳାଳିମାନଙ୍କୁ ଅଧିକା ଉତ୍ସାହିତ କରିବା ଲାଗି ପ୍ରଧାନମନ୍ତ୍ରୀ ମ୍ୟାରିସନ ଏଭଳି କରିଥିବା କୁହାଯାଉଛି ।

 

ସୂଚନାଥାଉକି ମ୍ୟାଚଟିକୁ ପ୍ରଧାନମନ୍ତ୍ରୀ ସ୍ଟକ ମ୍ୟାରିସନ ଦେଖୁଥିବା ବେଳେ ଅଧିକା ଉତ୍ସାହିତ ହୋଇପଡ଼ିଥିଲେ ।

Leave A Reply

Your email address will not be published.