ଚର୍ଚ୍ଚାରେ ପ୍ରୀତିଙ୍କ ‘ନୋ ମିନ୍ସ ନୋ’ ପୋଷ୍ଟ

0

ନିକଟରେ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ଟୁଇଟର୍‌ ପୋଷ୍ଟ ଚର୍ଚ୍ଚାକୁ ଆସିଛି । ସେ ‘ନୋ ମିନ୍ସ ନୋ’ ଫିଲ୍ମ ପୋଷ୍ଟର୍‌ ସେୟର୍‌ କରିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶକ ବିକାଶ ବର୍ମା ପ୍ରୀତିଙ୍କ ଭଲ ବନ୍ଧୁ । ଏଣୁ ତାଙ୍କ ଫିଲ୍ମର ପ୍ରମୋ କରିବାକୁ ଯାଇ ସେ ଫିଲ୍ମର ପୋଷ୍ଟର ସେୟାର୍‌ କରିଛନ୍ତି । ଏଥିରେ ସେ ନିଜ ବନ୍ଧୁ ବିକାଶ ଓ ଫିଲ୍ମ ଅଭିନେତା ଧ୍ରୁବଙ୍କୁ ଶୁଭକାମନା ଜଣାଇଛନ୍ତି । ପ୍ରୀତି ପୋଷ୍ଟର୍‌ଟି ସେୟାର୍‌ କରିବା ମାତ୍ରେ ଦର୍ଶକଙ୍କ ସକରାତ୍ମ୍‌କ ପ୍ରତିକ୍ରିୟା ମିଳିଛି । ବହୁ ଲୋକ ଫିଲ୍ମଟିର କାହାଣୀ ଜାଣିବାକୁ ଇଚ୍ଛୁକ ଥିବା କଥା କମେଣ୍ଟରେ ଲେଖିଛନ୍ତି । ଉକ୍ତ ଫିଲ୍ମଟି ପ୍ରଥମ ଇଣ୍ଡୋ-ପୋଲିସ୍‌ ଫିଲ୍ମ । ଫିଲ୍ମର କାହାଣୀ ମହିଳା ସଶକ୍ତିକରଣ ଉପରେ ପର୍ଯ୍ୟବେସିତ । ଏଥିରେ ଭାରତୀୟ କଳକାରଙ୍କ ସମେତ ପୋଲାଣ୍ଡର କଳାକାର ଅଭିନୟ କରିଛନ୍ତି । ଫିଲ୍ମର ନାୟକ ଭାରତର ଅଭିନେତା ଧ୍ରୁବ ବର୍ମା ରହିଥିଲା ବେଳେ ନାୟିକା ହେଉଛନ୍ତି ପୋଲାଣ୍ଡର ଜଣେ ଅଭିନେତ୍ରୀ । ଅଭିନେତା ଧ୍ରୁବ ଏହି ଫିଲ୍ମରେ ଜଣେ ସ୍କେଟିଂ ଚାମ୍ପିୟନ୍‌ଙ୍କ ଭୂମିକାରେ ଅଭିୟନ କରୁଛନ୍ତି । ଫିଲ୍ମରେ ଲଭ୍‌ ଆଣ୍ଡ ଥ୍ରୀଲର୍‌ ସିନ୍‌ ଭରପୂର ମାତ୍ରାରେ ରହିଛି । ଭାରତୀୟ ଅଭିନେତା ଧ୍ରୁବଙ୍କ ବ୍ୟତୀତ ଫିଲ୍ମରେ ଗୁଲସନ୍‌ ଗ୍ରୋଭର, ଶରଦ କପୁର, ନୀତୁ ତନ୍ଦ୍ରା ଏବଂ ଦୀପରାଜ ରାଣାଙ୍କ ଭଳି ଲୋକପ୍ରିୟ କଳାକାରଙ୍କୁ ଦର୍ଶକ ଦେଖିବାକୁ ପାଇବେ । ଫିଲ୍ମଟି ନଭେମ୍ବର ୫କୁ ମୁକ୍ତିଲାଭ କରିବ ।
ତେବେ ପ୍ରୀତିଙ୍କ ଫିଲ୍ମ ଖବର ଅନୁସାରେ, ଫିଲ୍ମ ‘ଦ ଗୁଡ୍‌ ମହାରାଜା’ରେ ପ୍ରୀତି ଅଭିନୟ କରୁଛନ୍ତି । ଏଥିରେ ତାଙ୍କ ସହିତ ଅଭିନେତା ସଞ୍ଜୟ ଦତ୍ତ ମହାରାଜା ଜାମ ସାହିବଙ୍କ ଭୂମିକାରେ ନଜର ଆସିବେ । ତେବେ ଏହି ଫିଲ୍ମଟି ୨୦୨୨ ଶେଷ ସୁଦ୍ଧା ମୁକ୍ତିଲାଭ କରିପାରେ ବୋଲି ଖବର ମିଳିଛି ।

Leave A Reply

Your email address will not be published.