ଜାଣନ୍ତୁ କିପରି ପ୍ରଣାମ କଲେ କି ଫଳ ମିଳେ

0


ସମୟ ଲାଇଭ୍‍,୩୧/୧୦: ଦୈନନ୍ଦିନ ଜୀବନରେ ସବୁ ବର୍ଗର ଲୋକ ବର୍ତ୍ତମାନ ହାତଯୋଡି ନମସ୍କାର କରୁଛନ୍ତି। କେତେକ ଲୋକ ହାତ ଯୋଡି ନମସ୍କାର କରିବା ପରିବର୍ତ୍ତେ ହ୍ୟାଣ୍ଡସେକ କରୁଥିବା ଦେଖିବାକୁ ମିଳୁଛି। ତେବେ ପୂର୍ବରୁ ଗୁରୁଜନଙ୍କୁ କରା ଯାଇଥିବା ଭୂମିଷ୍ଠ ପ୍ରଣାମ ହ୍ରାସ ପାଇବାରେ ଲାଗିଛି।
ପୂର୍ବରୁ ପ୍ରଚଳିତ ଭୂମିଷ୍ଠ ପ୍ରଣାମକୁ ନେଇ କଣ ବାସ୍ତୁ କହୁଛି? କଣ ଲୋକକଥା ରହିଛି?କଣ ବିଜ୍ଞାନ ରହିଛି? ଏ ସମ୍ବନ୍ଧରେ ବହୁ ଲୋକ ଜାଣନ୍ତି ନାହିଁ। କେଉଁ ପ୍ରକାର ନମସ୍କାର କଲେ କଣ ଫଳ ମିଳେ?
ମିଳିଥିବା ସୂଚନା ମୁତାବକ
-ଭୂମିଷ୍ଠ ଭାବେ ପ୍ରଣାମ କରିବା ଦ୍ଵାରା ପ୍ରଣାମ କରା ଯାଉଥିବା ଗୁରୁଜନ ଖୁସି ହେବା ସହ ଶୁଭ ଆଶୀର୍ବାଦ ପ୍ରଦାନ କରନ୍ତି ବୋଲି ଲୋକ କଥା ରହିଛି।
-ମାଟିରେ ମୁଣ୍ଡ ଲଗାଇ ନମସ୍କାର କରିବା ଦ୍ଵାରା ଭୂପୃଷ୍ଠ ସହ ମସ୍ତିଷ୍କ ସଂସ୍ପର୍ଶରେ ଆସିଥାଏ। ଏହା ଦ୍ଵାରା ମସ୍ତିଷ୍କରେ ଥିବା କିଛି ଖରାପ ଶକ୍ତି ଭୂପୃଷ୍ଠକୁ ଯାଇଥାଏ ବୋଲି ଲୋକ କଥା ରହିଛି।
-ହ୍ୟାଣ୍ଡସେକ କରିବା ଦ୍ଵାରା ହ୍ୟାଣ୍ଡସେକ କରୁଥିବା ଲୋକ ହାତରେ ଥିବା ଜୀବାଣୁ ବା ମଇଳା ନିଜ ହାତକୁ ଆସିଥାଏ ବୋଲି ବିଜ୍ଞାନରୁ ଜଣା ପଡ଼ିଛି। ସେଥିଯୋଗୁଁ ବିଶେଷଜ୍ଞମାନେ ହ୍ୟାଣ୍ଡସେକ କରିବାକୁ ମନା କରିଥାନ୍ତି।
-ଭାରତୀୟ ସଂସ୍କୃତ ଅନୁସାରେ ଗୁରୁକୂଳ ଓ ଗୁରୁ ଶିଷ୍ୟ ପରମ୍ପରା ଅନୁସାରେ ଗୁରୁଙ୍କୁ ମୁଣ୍ଡ ଲଗେଇ ନମସ୍କାର କରାଯାଇଥାଏ। ଏହି ପରମ୍ପରା ଅନୁସାରେ ମୁଣ୍ଡ ଲଗାଇ ନମସ୍କାର କରାଯାଏ ବୋଲି ଇତିହାସ କହେ।
-ହାତ ଯୋଡି ନମସ୍କାର ବର୍ତ୍ତମାନ ଅଧିକ ମାତ୍ରାରେ ପ୍ରଚଳିତ ହେଉଥିବା ଦେଖିବାକୁ ମିଳୁଛି। ଅଫିସ, ଗୁରୁଜନ ଓ ସବୁ ଦୂର ସମ୍ପର୍କୀୟଙ୍କୁ ଲୋକମାନେ ହାତଯୋଡି ନମାସ୍କର କରିବାକୁ ପସନ୍ଦ କରିଥାନ୍ତି। ଏଥିପାଇଁ ସେମାନଙ୍କୁ କମ ପରିଶ୍ରମ କରିବାକୁ ପଡୁଥିବାବେଳେ କମ ସମୟ ଲାଗିଥାଏ।
-ହ୍ୟାଣ୍ଡସେକ ଆଧୁନିକ ହୋଇଥିବାବେଳେ ମୁଣ୍ଡ ଲଗେଇ ନମସ୍କାର ସଂସ୍କୃତି ସଂପନ୍ନ ହୋଇଥାଏ।
ବିଜ୍ଞାନ, ସଂସ୍କୃତି, ପରମ୍ପରା ଓ ଲୋକ କଥା ହିସାବରେ ଉପାଦେୟ ହୋଇଥିବାରୁ ଆବଶ୍ୟକ ଅନୁସାରେ ଗୁରୁଜନଙ୍କୁ ମୁଣ୍ଡ ଲଗାଇ ନମସ୍କାର କରିବା ଦ୍ଵାରା ଶୁଭଫଳ ପ୍ରାପ୍ତି ହୋଇଥାଏ।

Leave A Reply

Your email address will not be published.