ପ୍ରଦୂଷଣର ବିଷବଳୟରେ ଦିଲ୍ଲୀବାସୀ ସହର ଛାଡ଼ିବାକୁ ଚାହୁଁଛନ୍ତି ୪୦ଭାଗ ଲୋକ

0

ସମୟ ଲାଇଭ,୪/୧୧: ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଏତେ ବଢ଼ିଯାଇଛି ଯେ ବର୍ତ୍ତମାନ ଏହା ସାଂଘାତିକ ରୂପ ଧାରଣା କରିଲାଣି ୲। ଏନସିଆର ଅଞ୍ଚଳରେ ପ୍ରଦୂଷଣର ମାତ୍ରା ଅତ୍ୟଧିକ ହେତୁ ଏଠାରେ ବାସ କରୁ୍ଥିବା କିଛି ଲୋକ ଏବେ ଦିଲ୍ଲୀ ଛାଡ଼ିବାକୁ ନିଷ୍ପତି ନେଇଛନ୍ତି ୲  କିଛି ଅଞ୍ଚଳରେ ଏୟାର କ୍ୱାଲିଟ୍‌ ଇଣ୍ଡେକ୍ସନ 1200 ପାର କରିସାରିଛି । ବଢୁଥିବା ପ୍ରଦୁଷଣକୁ ନେଇ ରାଜନୀତି ଦଳମାନେ ପରସ୍ପର ମଧ୍ୟରେ ଦୋଷ ଲଦିବାରେ ଲାଗିପଡିଛନ୍ତି । କିନ୍ତୁ ଏହି ସବୁ ମଧ୍ୟରେ ଅଧିକା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକ ।ପ୍ରଦୂଷଣ କାରଣରୁ ରାଷ୍ଟ୍ରୀୟ ରାଜଧାନୀରେ ନିଶ୍ୱାସ ନେବା କଷ୍ଟ ହୋପଡିଛି । ଯାହାଫଳରେ ଲୋକ ଏବେ ଦିଲ୍ଲୀରୁ ଦୂରକୁ ଯିବାକୁ ଚାହୁଁଛନ୍ତି । ଏକ ସର୍ଭେ  ଅନୁସାରେ ଦିଲ୍ଲୀ ଓ ଏନସିଆରର 40 ପ୍ରତିଶତ ଲୋକ ଶହର ଛାଡିବାକୁ ଚାହିଁଛନ୍ତି ।

Leave A Reply

Your email address will not be published.