କରୋନା ଯୋଦ୍ଧାଙ୍କ ପ୍ରଶଂସନୀୟ କାର୍ଯ୍ୟ

ସମୟ ଲାଇଭ,30/4(ରାଜ ଗୁପ୍ତା): ମହାମାରୀ କରୋନା ରୁ ରକ୍ଷା ପାଇବା ପାଇଁ ସରକାରୀ ସ୍ତରରେ ବହୁତ କଠୋର ପଦକ୍ଷେପ ନିଆଯାଇଛି। କିନ୍ତୁ କରୋନା ର ମୁକାବିଲା କରିବା ପାଇଁ ପ୍ରକୃତ ଯୋଦ୍ଧା ହେଉଛନ୍ତି ଗ୍ରାଉଣ୍ଡ ଜିରୋ ରେ କାମ କରୁଥିବା ପୋଲିସ ।

ବୈଶାଖ ମାସର  ଖରାରେ ସମସ୍ତେ ଘରେ ରହିଥିବା ବେଳେ ପୋଲିସ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗ୍ରାମରେ କରୋନା ସଚେତନତା ପାଇଁ ଅଣ୍ଟା ଭିଡିଛି । ତେବେ ମୋରଡା ପୋଲିସ ପ୍ରତ୍ୟେକ ଦିନ ଛକ ବଜାର ଗାଁ ଗହଳି ରେ ପେଟ୍ରଲିଙ୍ଗ କରିବା ସହିତ ରାସ୍ତା ରେ ବୁଲୁଥିବା ଲୋକଙ୍କୁ ସଚେତନ କରୁଥିବା ସହିତ ଗରିବ ଲୋକଙ୍କୁ ସହାୟତା ର ହାତ ବଢାଇଛି । ମୋରଡା ଆଇ ଆଇ ସି କୁନି ବେଶ୍ରା ପେଟ୍ରଲିଙ୍ଗ କରିବା ବେଳେ ରାସ୍ତା ଯାତାୟାତ କରୁଥିବା ଲୋକଙ୍କୁ ଏବଂ  ଗ୍ରାମର ଗରିବ ଶ୍ରେଣୀର ଲୋକଙ୍କୁ ସଚେତନ କରିବା ସହିତ ଚୁଡା କଦଳୀ ପ୍ରଦାନ କରିଥିଲେ । ତେବେ ମୋରଡା ପୋଲିସ ଏହି ପଦକ୍ଷେପ କୁ ସବୁ ମହଲରେ ବେଶ ପ୍ରଶଂସା କରାଯାଇଛି ।

Comments are closed.