ବଦଳି ଗଲାଣି ସବୁ

ଡ଼. ଚୋ÷ଧୁରୀ ସଂଯୁକ୍ତା ଷଡ଼ଙ୍ଗୀ

ବଦଳି ଗଲାଣି ଦୁନିଆର ରୀତି
ପୁରୁଣା ଚଳଣି, ପ୍ରେମ ପୀରତି ଗୋ ସାଥୀ
ଶୁଭ ମନାସିବା ଚୁଲିକି ଗଲାଣି
ସମ୍ପର୍କଟା ସ୍ୱାର୍ଥ ସର୍ବସ୍ୱ ହେଲାଣି ….
ଆଜିର ଯୁବକ ଯୁବତୀଙ୍କ ଠାଣି
ବଡ଼ କୁଣ୍ଠା ଆସେ ଦେବାକୁ ବଖାଣି ….
ବଦଳି ଗଳାଣି ପୁରୁଣା ଚଳଣି
ହାୟ -ବାୟ କହି ଆଖି ମାରିଲେଣି ….
ସ୍ନେହ ପ୍ରେମ ଥିଲା ତ୍ୟାଗ ନିଷ୍ଠା ସାଥେ
ପ୍ରେମ ଏବେ ଭୋଗ ସର୍ବସ୍ୱ ହେଲାଣି
ସରଗରୁ ଚାନ୍ଦ ନପାରିଲେ ତୋଳି
ପ୍ରେମିକା ପ୍ରେମକୁ ଉଜେଇ ଦେଲାଣି
ପ୍ରେମିକ ବିଚରା ମରୀଚିକା ପଛେ
ଧାଇଁ ଧାଇ ଁ ଏଠି ଜୀବନ ଦେଲାଣି
କୋଠାବାଡ଼ି ଆଉ ନାମୀ ଦାମୀ ଗାଡ଼ି
ମୋଟା ଅଙ୍କ ଅର୍ଥ ଆଣିବ ଯେ ଭିଡ଼ି
ଏମିତି ପାରିଲା ପଣିଆ ଯା’ ନାହିଁ
ବାହା ହେବା କଥା ସପନେ କେ ଚାହିଁ
ପ୍ରେମ ଚାଲୁଥାଏ ବାଟଘାଟ ଦେଇ
ବିବାହ ବନ୍ଧନ ଅଡ଼ୁଆ ଲାଗଇ ….
ପଚାରିଲେ କେହି କହନ୍ତି ସରାଗେ
ବନ୍ଧୁତା ଆମର ଭାରି ଭଲ ଲାଗେ…..
ଆମେ ଜାଣୁ ଦୁହେଁ ଦୁହିଁଙ୍କର କଥା
ସଂସାର ନ ଗଢ଼ୁ ଲାଗୁଛିି ଯେ ପିତା…..
ପୁରୁଣା ସଂସ୍କାର ଦୂରକୁ ଯେ ଫଙ୍ଗି
ଉଡ଼ିବୁଲୁ ନୀଳ ରାଇଜର ପକ୍ଷୀ
ସୁନେଲି ସପନେ ହଜାଇ ଏମନ
ପାଉ ଦିବ୍ୟସୁଖ ଧନ୍ୟ ଏଜୀବନ
କେବେ ମାରେ ଚିଲା ଖଳ ଇଗଲଟା ଆସି
ଥଣ୍ଟ ମାରେ ; ନିଏ ଜୀବନକୁ ଶୋଷି
ଜୀବନର ସୁଖ ସ୍ୱପ୍ନ କରେ ଜୁର
ମାୟା ରଚେ ବସି ନିର୍ଜ୍ଜନ ପୁର
ଦଂଶନେ ତା’ର ସରିଯାଏ ଖେଳ
ପ୍ରେମପ୍ରୀତି ସାଜେ ଜୀବନର କାଳ

Comments are closed.