ସେପ୍‌ଟେମ୍ବର ୩୦ରେ ହେବ ପିପିଲି ଉପନିର୍ବାଚନ

0

ଭୁବନେଶ୍ୱର: ସେପ୍‌ଟେମ୍ବର ୪: ଚଳିତ ମାସ ୩୦ରେ ପିପିଲିରେ ଉପନିର୍ବାଚନ ହେବାକୁ ଯାଉଛି । ସେହିପରି ଆକ୍‌ଟୋବର ୩ରେ ଭୋଟର ଗଣତି ହେବ । ପିପିଲି ସହିତ ପଶ୍ଚିମବଙ୍ଗର ୩ଟି ଆସନ ପାଇଁ ମଧ୍ୟ ଉପନିର୍ବାଚନ ହେବ । ଏନେଇ ଆଜି କମିଶନର ଘୋଷଣା କରିଛନ୍ତି । ପୂର୍ବର କରୋନା ମହାମାରୀ ପାଇଁ ଉପନିର୍ବାଚନ ସ୍ଥଗିତ କରାଯାଇଥିଲା । ବର୍ତ୍ତମାନ କରୋନା ପରିସ୍ଥିତି କମିବା ସହିତ ନିୟନ୍ତ୍ରଣକୁ ଆସିଥିବା କାରଣରୁ କମିଶନର ଏହିପରି ନିଷ୍ପତି ନେଇଥିବା ଜଣାପଡ଼ିଛି ।
ସୂଚନ ଥାଉଯେ, ପିପିଲର ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତୁ୍ୟ ପରେ ଉପନିର୍ବାଚନ ତାରିଖ ଏପ୍ରିଲ୍‌ ୧୭ ଧାର୍ଯ୍ୟ କରାଯାଇଥିଲା । ଏଥିପାଇଁ ପ୍ରଚାର ଜୋର୍‌ଦାର ମଧ୍ୟ ଚାଲିଥିଲା । ହେଲେ ପ୍ରଚାର ଶେଷ ଦିନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ମୃତୁ୍ୟ ହେବା କାରଣରୁ ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ପରେ ବିଧାନସଭା ଆସନରେ ଉପନିର୍ବାଚନ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେହି ସାନି ବିଜ୍ଞପ୍ତି ଅନୁସାରେ, ଏପ୍ରିଲ ୨୬ରେ ନାମାଙ୍କନ ଦାଖଳ ଶେଷ ହୋଇ ମେ ମାସ ୧୬ରେ ନିର୍ବାଚନ ହୋଇଥାନ୍ତା । ଏପ୍ରିଲ ୨୭ରେ ପାର୍ଥିପତ୍ର ଯାଞ୍ଚ କରାଯିବା ସହିତ ଏପ୍ରିଲ ୨୯ରେ ପାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ବୋଲି ଧାର୍ଯ୍ୟ କରାଯାଇଥିଲା ।

Leave A Reply

Your email address will not be published.