ଶସ୍ତା ହେଲା ଡିଜେଲ

ଡିଜେଲ ଲିଟର ପିଛା ୭ ପଇସା ହ୍ରାସ ଘଟିଛି

0

ସମୟ ଲାଇଭ,୨୦/୧୦: ଶସ୍ତା ହେଲା ଡିଜେଲ । ତୈଳ କମ୍ପାନୀ ଗୁଡିକ ଡିଜେଲ ଦାମରେ ହ୍ରାସ କରିଥିବାରୁ ଲଗାତା ଦ୍ୱିତୀୟ ଥର ପାଇଁ ଡିଜେଲ ଦାମରେ ହ୍ରାସ ପାଇଛି । ଯାହା ଫଳରେ ଖାଉଟି ଆସ୍ୱସ୍ତି ଲାଭ କରିଛନ୍ତି । ଅନ୍ୟପଟରେ ପେଟୋଲ ଦର ମଧ୍ୟ ଅପରିବର୍ତ୍ତିତ ରହିଛି । ଆଓସିଏଲକୁ ମିଳିଥିବା ସୂଚନା ଅନୁସାରେ ଦେଶର ଚାରିଟି ପ୍ରମୁଖ ମହାନଗର ନିଗମରେ ଡିଜେଲ ପ୍ରତି ଲିଟନ ପିଛା ୭ ପଇସା ଲେଖାଏଁ ହ୍ରାସ ଘଟିଛି । ଯାହା ସାଧାରଣ ଲୋକଙ୍କ ମହଙ୍ଗା ଚିନ୍ତାକୁ କମ କରିଛି । ଦିଲ୍ଳୀ ମୁମ୍ବାଇ ଓ କୋଲକାତାରେ ଡିଜେଲ ଲିଟର ପିଛା ଯଥାକ୍ରମେ ୬୪.୨୪ ଟଙ୍କା ୬୮.୬୦ ଏବଂ ୬୯.୪୩ ଟଙ୍କା ରହିଛି । ସେହିପରି ଚେନ୍ନାଇରେ ଲିଟର ପିଛା ୬୯.୯୬ ଟଙ୍କା ରହିଛି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିବାରୁ ଭାରତୀୟ ବଜାରରେ ମଧ୍ୟ ଏହାର ପ୍ରଭାବ ପଡିଛି । ଯାହାର ଲାଭ ପ୍ରତ୍ୟକ୍ଷ ଭାବେ ଖାଉଟିଙ୍କ ଉପରେ ପଡିଛି । ଆଗାମୀ ଦିନରେ ଡିଜେଲ ଦର ଆହୁରି କମିବା ସହ ପେଟ୍ରୋଲ ଦରରେ ବି ହ୍ରାସ ଘଟିବ ।

Leave A Reply

Your email address will not be published.