ପ୍ୟାରିସ ଜଳବାୟୁ ଚୁକ୍ତି ଅପରିବର୍ତ୍ତୀତ

0

ସମୟ ଲାଇଭ,୭/୧୧:ସମଗ୍ର ବିଶ୍ୱ ବର୍ତ୍ତମାନ ଜଳବାୟୁ ସମସ୍ୟା ଦେଇ ଗତି କରୁଛି ଆଉ ସବୁ ଦେଶ କିପରି ଏହି ସମସ୍ୟାର ସମାଧାନ କରାଯାଇପାରିବ ସେନେଇ ଅନେକ ପଦକ୍ଷପ ବି ନେଇଛନ୍ତି। ଏବେ ପୁଣି ପ୍ୟାରିସ ଜଳବାୟୁ ଚୁକ୍ତି ନେଇ ଉଭୟ ଚୀନ ଓ ପ୍ୟାରିସ ର ସମକକ୍ଷ ହୋଇଛି। ଜଳବାୟୁ ଚୁକ୍ତିରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି ଉଭୟ ଦେଶ ଚୁକ୍ତି କରିଛନ୍ତି। ତେବେ ଏହି ଚୁକ୍ତିରେ ଆଗାମୀ ଦିନରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସେ କହିଛନ୍ତି। ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗ୍ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ପ୍ୟାରିସ ଜଳବାୟୁ ଚୁକ୍ତିରେ ଏକାଠି ରହିବା ପାଇଁ ଆଜି ଅନ୍ୟ ଦେଶମାନଙ୍କୁ ଆହ୍ୱାନ କରିଛନ୍ତି। ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଚିତ ଆମେରିକା ଏହି ଚୁକ୍ତିରୁ ଔପଚାରିକ ଭାବରେ ସୋମବାର ଓହରି ଯାଇଛି। ଏହାପରେ ଏହି ଚୁକ୍ତି ‘ଅପରିବର୍ତ୍ତିତ’ ବୋଲି ଘୋଷାଣା କରିଛନ୍ତି ପ୍ୟାରିସ ଜଳବାୟୁ ଚୁକ୍ତିରେ ସାମିଲ ଥିବା ଦେଶ ଫ୍ରାନ୍ସ ଏବଂ ଚୀନ୍। ୨୦୧୬ ମସିହାରେ ୧୮୭ଟି ଦେଶ ଏକାଠି ହୋଇ ପ୍ୟାରିସ ଜଳବାୟୁ ଚୁକ୍ତିରେ ସ୍ୱାକ୍ଷର କରିଥିଲେ। ଯେଉଁଥିରେ ଭାରତ ମଧ୍ୟ ରହିଛି।

Leave A Reply

Your email address will not be published.