ନାଉଗାଁରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ସମୟ ଲାଇଭ,28/12: ନାଉଗାଁ ବ୍ଲକ ରେ ଆଜି ବ୍ଲକ ସଭା ଗୃହରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ସ୍ଥାନୀୟ ବିଧାୟକ, ବିଡିଓ, ତହସିଲଦାର, ବ୍ଲକ ଅଧ୍ୟକ୍ଷ, ବ୍ଲକ ଉପାଧ୍ୟକ୍ଷା, ଜିଲ୍ଳା ପରିଷଦ ସଭ୍ଯ, ସମସ୍ତ ୧୬ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଓ ସମସ୍ତ ବିଭାଗର ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ଥିଲେ | ଯଦିଓ ଏହି ବୈଠକ ଆରମ୍ଭରୁ ସାମାନ୍ୟ ଅସନ୍ତୋଷ ଦେଖା ଦେଇଥିଲା କିଛି ସରପଞ୍ଚ ଓ ସମିତି ସଭ୍ୟ ମାନେ ମୋ ଗାଁ ମୋ ବିକାଶ ଯୋଜନାରେ ଠିକ୍ ଭାବେ କାର୍ଯ୍ୟ କରାଯାଇ ନାହିଁ ବୋଲି ପ୍ରକାଶ କରି ତଳେ ବସିଥିଲେ, ବିଧାୟକ ଏ ବିଷୟରେ ପରେ ଆଲୋଚନା କରିବା ପାଇଁ ପ୍ରତିଶୃତି ଦେଇଥିଲେ | ପରେ ସୁରୁଖୁରୁରେ ପଞ୍ଚାୟତ ସମିତି ବୈଠକ ଶେଷ ହୋଇଥିଲା |

Comments are closed.