ଆଜିଠୁ ପଞ୍ଚକ ପୁରୀରେ ହବିଷ୍ୟାଳିଙ୍କ ଭିଡ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ସୁରକ୍ଷା

0

ସମୟ ଲାଇଭ,୮/୧୧:ପବିତ୍ର କାର୍ତ୍ତିକ ମାସର ଆଜିଠାରୁ ଆରମ୍ଭ ହେଉଛି ପଞ୍ଚକ। ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ତେଣୁ ଏଥିପାଇଁ ପୁରୀରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପଞ୍ଚକର ପ୍ରଥମ ଦିନରେ ଶ୍ରୀଜିଉ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେବେ । ଶେଷ ଦିନରେ ହେବ ମହାପ୍ରଭୁଙ୍କର ରାଜରାଜେଶ୍ୱର ବେଶ । ଶ୍ରୀଜିଉଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ଦେଇ ଏକମୁଖୀ ପ୍ରବେଶ ବ୍ୟବସ୍ଥା ସହିତ କରାଯାଇଛି ବ୍ୟାରିକେଡ୍ । ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିବା ପାଇଁ
୧୦୦ ଅଫିସରଙ୍କ ସହିତ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.