କେବଳ ପଣା ସଂକ୍ରାନ୍ତି ନୁହେଁ ଏହି ପଣା ସବୁଦିନ ପିଇପାରିବେ

ସମୟ ଲାଇଭ୍‍,୧୩/୪: ପଣା ସଂକ୍ରାନ୍ତି ଦିନଟିକୁ କେବଳ ସଂକ୍ରାନ୍ତି ବା ଶିବଙ୍କ ଉପାସନାର ଦିନ ନୁହେଁ ବରଂ ନୁହେଁ ଏହାର ଅନେକ ମହତ୍ତ୍ୱ ରହିଛି। ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଉଥିବାବେଳେ ଏହିଦିନ ହନୁମାନଙ୍କ ଜୟନ୍ତୀ ଭାବେ ମଧ୍ୟ ପୂଜାର୍ଚ୍ଚନା କରାଯାଏ।
ତେବେ ଏହି ତୁଳସୀମାତାଙ୍କର ମଧ୍ୟ ସ୍ୱତନ୍ତ୍ର ପୂଜା କରାଯାଇଥାଏ। ଠେକିବାନ୍ଧି ପଣା ଦିଆଯାଇଥାଏ। ଜାମୁ ଡ଼ାଳ ଓ କଦଳୀପତ୍ରରେ ବୃନ୍ଦାବତୀଙ୍କ ପାଇଁ ଛାମୁଣ୍ଡିଆ ବନ୍ଧା ଯାଇଥାଏ। ତେବେ ବୃନ୍ଦାବତୀଙ୍କ ପୂଜା ପାଇଁ ପ୍ରସ୍ତୁତ ପଣା ପାଇବା ଲାଗି ଶ୍ରଦ୍ଧାଳୁଙ୍କ ମନରେ ବେଶ ଆଗ୍ରହ ଦେଖିବାକୁ ମିଳେ।
କେବଳ ପ୍ରସାଦ ବୋଲି ନୁହେଁ ଏହି ପଣାର ସ୍ୱାଦ ହିଁ କିଛି ଖାସ୍‍ ହୋଇଥାଏ। ତେବେ କେବଳ ପଣା ସଂକ୍ରାନ୍ତି କାହିଁକି ଆପଣ ବର୍ଷର ଯେକୌଣସି ଦିନ ଏହି ପଣା ପ୍ରସ୍ତୁତ କରି ପିଇପାରିବେ। ଜାଣନ୍ତୁ ଏହି ସ୍ୱତନ୍ତ୍ର ପଣାର ପ୍ରସ୍ତୁତି ପ୍ରଣାଳୀ…
ଆବଶ୍ୟକୀୟ ସାମଗ୍ରୀ:
କୋରା ହୋଇଥିବା ନଡ଼ିଆ, ଛେନା, ବେଲ, ଗୁଡ଼, ଗୋଲମରିଚ ଗୁଣ୍ଡ, କଦଳୀ, ଅନ୍ୟ ଯେକୌଣସି ଛୋଟ କଟା ଯାଇଥିବା ଫଳ,କ୍ଷୀର,କଞ୍ଚା ଆମ୍ବ ଇତ୍ୟାଦି…

ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଏକ ପାତ୍ରରେ ବେଲର ରସଗୁଡ଼ିକ ବାହାର କରି ଭଲ ଭାବରେ ଫେଣ୍ଟନ୍ତୁ। ଏଥିରେ ଗୁଡ଼ ପକାଇ ମିଳେଇ ପର୍ଯ୍ୟନ୍ତ ଘାଣ୍ଟନ୍ତୁ। ଏହାପରେ କଦଳୀ ଚକଟି କିମ୍ବା ଗ୍ରାଇଣ୍ଡ କରି ପକାନ୍ତୁ। ଏହାପରେ ବିଭିନ୍ନ ଫଳ ଛୋଟ ଛୋଟ କାଟି ପକାନ୍ତୁ। ଡ଼ାଳିମ୍ବର ଦାନା ମଧ୍ୟ ବାହାର କରି ପକାଇପାରିବେ। ଏହା ପରେ କଞ୍ଚା ଆମ୍ବ ମଧ୍ୟ ଛୋଟ ଛୋଟ କାଟି ପକାନ୍ତୁ। କଞ୍ଚା ଆମ୍ବର ବାସ୍ନା ପଣା ସ୍ୱାଦକୁ ଦ୍ୱିଗୁଣିତ କରିଥାଏ। ଏବେ ଏଥିରେ ଆବଶ୍ୟକୀୟ ପରିପାଣର କଞ୍ଚା କ୍ଷୀର ପକାନ୍ତୁ। କୋରା ହୋଇଥିôବା ନଡ଼ିଆ ଓ ଗୋଲମରିଚ ଗୁଣ୍ଡ ଏହା ଉପରେ ପକାଇ ଭୋଗ ଲଗାନ୍ତୁ ଓ ପରେ ଆପଣଙ୍କ ପରିବାର ସଦସ୍ୟ ଓ ପ୍ରିୟଜନଙ୍କୁ ପିଇବାକୁ ଦିଅନ୍ତୁ।
ଏହି ପଣା ଶରୀର ପାଇଁ ଖୁବ୍‍ ଲାଭ ଦାୟକ ଅଟେ। ଆପଣ ବର୍ଷର ଯେକୌଣସି ଦିନ ଏପରି ପଣା ବନାଇ ପିଇ ପାରିବେ କିନ୍ତୁ ଗ୍ରୀଷ୍ମଦିନରେ ମିଳୁଥିବା କଞ୍ଚା ଆମ୍ବ ଓ ବେଲ ଆପଣଙ୍କୁ ମିଳି ନପାରେ।

Comments are closed.