ସେଲ୍ଫ ଆଇସୋଲସନରେ ଇମ୍ରାନ ଖାନ!

ସମୟ ଲାଇଭ,୨୨/୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସେଲ୍ଫ ଆଇସୋଲସନ ରହିଛନ୍ତି । ଗତକାଲି ରାତିରେ ଇମ୍ରାନ ଖାନଙ୍କ କରୋନା ପରୀକ୍ଷା ହୋଇଥିଲା। ଇମ୍ରାନ ଖାନ ଇଧି ଫାଉଣ୍ଡେସନ ମୁଖ୍ୟଙ୍କ ସଂସ୍ପର୍ଶରେ ଆସିଥିଲେ ଯାହାଙ୍କ ରିପୋର୍ଟ କରୋନା ପଜିଟିଭ୍ ବୋଲି ନିଶ୍ଚିତ କରାଯାଇଥିଲା |
ଇଡି ଫାଉଣ୍ଡେସନର ମୁଖ୍ୟଙ୍କୁ ଇମ୍ରାନ ଖାନ କରୋନା ମୁକାବିଲା ପାଇଁ ଚେକ୍ ପ୍ରଦାନ କରିଥିଲେ। ପରେ ଇଧି ଫାଉଣ୍ଡେସନର ମୁଖ୍ୟ ଫୈଜଲ ଇଧି କରୋନା ପଜିଟିଭ୍ ବୋଲି ଜଣାପଡିଛି। ଏହା ପରେ, ସତର୍କତା ପୂର୍ବକ ଇମ୍ରାନ ଖାନଙ୍କୁ ମଧ୍ୟ କରୋନା ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ 24 ଘଣ୍ଟା ମଧ୍ୟରେ ଆସିବା । ସତର୍କତା ଅବଲମ୍ବନ କରି ଇମ୍ରାନ ଖାନ ଏବେ ସଙ୍ଘରୋଧ ହୋଇଯାଇଛନ୍ତି । ଇମ୍ରାନ ଖାନଙ୍କ କରୋନା ପରୀକ୍ଷା ପାଇଁ ବିଶେଷଜ୍ଞମାନେ ଶୌକତ ଖାନ ଡାକ୍ତରଖାନାକୁ ନମୂନା ନେଇଥିଲେ।
କରୋନା ବିଷୟରେ ସୂଚନା ଦେଇ ଡକ୍ଟର ଫୈଜଲ କହିଛନ୍ତି ଯେ କରୋନା ପରୀକ୍ଷା କରିବା ପାଇଁ ଆମେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପରାମର୍ଶ ଦେଇଛୁ। ସେ ୧୫ ଏପ୍ରିଲରେ ଇଧି ଫାଉଣ୍ଡେସନର ମୁଖ୍ୟଙ୍କୁ ଭେଟିଥିଲେ। ଫୈଜଲ ଇଧିଙ୍କୁ କରୋନା ପଜିଟିଭ ବୋଲି ଜଣାପଡିବା ପରେ ସିନ୍ଧ ସରକାର ତାଙ୍କ ପରିବାରର କରୋନା ପରୀକ୍ଷା କରିବାକୁ କହିଛନ୍ତି। ପାକିସ୍ତାନୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ଯେ ସିନ୍ଧର ସ୍ୱାସ୍ଥ୍ୟ ବିଭାଗ କରାଚି ସିଭିଲ ହସ୍ପିଟାଲକୁ ନିର୍ଦ୍ଦେଶ ନିର୍ଦ୍ଦେଶ ଦିଆଯାଇଛି |
ଉଲ୍ଲେଖନୀୟ କଥା ହେଉଛି, ପାକିସ୍ତାନରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୯୭୪୯ ଥିବାବେଳେ ୨୦୯ ଜଣ ମୃତ୍ୟୁବରଣ କରିଛନ୍ତି |

Comments are closed.