ପୁଣି ପରମାଣୁ ଯୁଦ୍ଧର ଧମକ ଦେଲା ପାକିସ୍ତାନ

ଏଥର ପରମାଣୁ ଯୁଦ୍ଧ : ଶେଖ୍ ରଶିଦ୍

0

ସମୟ ଲାଇଭ,୨୨/୧୦:  ପାକିସ୍ତାନର ଉଦ୍ଧତ ଚେହେରା ପୁଣି ଥରେ ପଦାକୁ ଆସିଛି । ଘାଟିରେ ଅସ୍ତ୍ରବିରୋଧି ଉଲଂଘନ ପରେ ଭାରତର ମୁହୋଂତୋଡ ଜବାବରେ ବିଳିବିଳେଇଛି ପାକିସ୍ତାନ । ଏଥର ଇମ୍ରାନ ଖାନ ନୁହେଁ ବରଂ ପାକିସ୍ତାନର ରେଳମନ୍ତ୍ରୀ ଶେଖ୍ ରଶିଦ୍ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି ଭାରତକୁ । ଏକ ପ୍ରେସମିଟ ଜରିଆରେ ରଶିଦ୍ କହିଛନ୍ତି ଏବେ ଆଉ ଟ୍ୟାଙ୍କ କି ତୋପ ନୁହେଂ ବରଂ ସିଧା ପରମାଣୁ ଯୁଦ୍ଧ ହେବ । ସେଥିପାଇଁ ଭାରତ ପ୍ରସ୍ତୁତ ରହୁ । ସେ ଆହୁରି ମଧ୍ୟ କହିଛନ୍ତି ପାକିସ୍ତାନ ପାଖରେ ୧୫୦ ନୁହେଁ ଏବେ ୨୫୦ ପରମାଣୁ ବୋମା ରହିଛି । ଯେଉଁଥିରେ ଭାରତ କ୍ଷତିଗ୍ରସ୍ତ ହେବା ସହ ପାକିସ୍ତାନର ଶକ୍ତି ବିଷୟରେ ଅବଗତ ହୋଇଯିବ ଭାରତ । ଏକ ଧମକପୂର୍ଣ୍ଣ ବାର୍ତ୍ତା ମାଧ୍ୟମରେ ଶେକ ରଶିଦ୍ ଏଭଳି କହିଛନ୍ତି ।

Leave A Reply

Your email address will not be published.