ଗରିବଙ୍କ ପାଇଁ ସହାୟତା ଘୋଷଣା

କରୋନାର ମୁକାବିଲା ପାଇଁ ସାରା ଦେଶ ସଂଘରୋଧ କରି ହିଁ ସଂଘବଦ୍ଧ ହୋଇଛି ଓ କରୋନାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଯାଇଛି । ସାରା ଦେଶରେ ଲକ ଡାଉନ ଘୋଷଣା କରାଯାଇଥିବା ବେଳେ  ବହୁ ଗରିବ, ଦିନ ମଜୁରିଆ ଦୁଃଖରେ ଜୀବନ ବିତାଉଛନ୍ତି । ଏହାକୁ ଆଖିଆଗରେ ରଖି କେନ୍ଦ୍ର ସରକାର ଗରିବ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ।

ଏକ ଲକ୍ଷ ସତୁରୀ ହଜାର କୋଟିର ପ୍ୟାକେଜ

ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ୫୦ ଲକ୍ଷର ବୀମା ଘୋଷଣା । ୨୦ ଲକ୍ଷ ସ୍ୱାସ୍ଥ୍ୟ କର୍ମଚାରୀ ଏହାଦ୍ୱାରା ଉପକୃତ ହେବେ ।

ଗରିବ କଲ୍ୟାଣ ଯୋଜନାରେ ଲୋକଙ୍କୁ ସିଧାସଳଖ ଟଙ୍କା ଓ ଖାଦ୍ୟ ସୁରକ୍ଷା ପ୍ରଦାନ କରାଯିବ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କାହାକୁ ଭୋକିଲା ରଖାଯିବ ନାହିଁ । ଏବେ ଗରିବଙ୍କୁ ମୁଣ୍ଡପିଛା ୫ କିଲୋ ଗହମ କିମ୍ବା ଚାଉଳ ମିଳୁଛି । ତେବେ କରୋନ ପାଇଁ ସେମାନଙ୍କୁ ଅତିରିକ୍ତ ୫ କିଲୋ ଗହମ କିମ୍ବା ଚାଉଳ ମାଗଣାରେ ମିଳିବ । ସେହିପରି ମୁଣ୍ଡପିଛା ୧ କିଲୋ ଡାଲି ପ୍ରଦାନ କରାଯିବ । ଆସନ୍ତା ୩ ମାସ ପର୍ଯ୍ୟନ୍ତ ଏହା ମିଳିବ । ୮୦ କୋଟି ଲୋକ ଏହାଦ୍ୱାରା ଉପକୃତ ହେବେ ।

ପ୍ରାୟ ୮ କୋଟି ୭୦ ଲକ୍ଷ ଚାଷୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ଦିଆଯିବ । ଅପ୍ରେଲ ପ୍ରଥମ ସପ୍ତାହରେ ଏହା ଡିବିଟି ଜରିଆରେ ସିଧାସଳଖ ବ୍ୟାଙ୍କ ଆକାଉଂଟକୁ ଯିବ

ମହିଳା ଜନଧନ ଆକାଉଂଟକୁ ଆଗାମୀ ୩ ମାସ ପର୍ଯ୍ୟନ୍ତ ୫୦୦ ଟଙ୍କା ଲେଖାଏଁ ଦିଆଯିବ । ୨୦ କୋଟି ମହିଳା ହେବେ ଉପକୃତ

୮.୩ କୋଟି ପରିବାରକୁ ମାଗଣା ଏଲପିଜି ସିଲିଣ୍ଡର

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ଘୋଷଣା : କୋଲାଟେରାଲ ଫ୍ରି ଲୋନ ୨୦ ଲକ୍ଷକୁ ବୃଦ୍ଧି । ୭ କୋଟି ମହିଳା ହେବେ ଉପକୃତ ୧୦. ବରିଷ୍ଠ ନାଗରିକ, ବିଧବା ଓ ଭିନ୍ନକ୍ଷମଙ୍କୁ ଅତିରିକ୍ତ ୧ ହଜାର ଟଙ୍କାର ସହାୟତା । ଦୁଇଟି କିସ୍ତିରେ ଏହା ପ୍ରଦାନ କରାଯିବ । ଏହାଦ୍ୱାରା ୩ କୋଟି ଲୋକ ଉପକୃତ ହେବେ ।

Comments are closed.