ପିଆଜ ପାଇଁ ବୈଠକ

ସମୟ ଲାଇଭ୍‍,୭/୧୨: ଦେଶରେ ପିଆଜର ଅହେତୁକ ଦରବୃଦ୍ଧିକୁ ନେଇ ଚିନ୍ତାରେ କେନ୍ଦ୍ର ସରକାର । ଦେଶରେ ପିଆଜ ଦର କିଲୋ ପ୍ରତି ୧୦୦ରୁ ୧୫୦ ଟଙ୍କାକୁ ବୃଦ୍ଧି ପାଇଛି । ପିଆଜ ଦରବୃଦ୍ଧିକୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ବୈଠକ ଆରମ୍ଭ ହୋଇଯାଇଛି । ଏହି ବୈଠକରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ରେଳମନ୍ତ୍ରୀ ପୀୟୂଷ ଗୋଏଲ ପ୍ରମୁଖ ଉପସ୍ଥିତ ରହିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ପିକେ ସିହ୍ନା ମଧ୍ୟ ସାମିଲ ହୋଇଛନ୍ତି । ପିଆଜ ଦରବୃଦ୍ଧିକୁ ନେଇ କୌଣସି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶଙ୍କା କରାଯାଉଛି ।

Comments are closed.