ଦରକାରୀ ଲୋକଙ୍କ ସାହାରା

0

ଆମେରିକା: ସେପ୍‌ଟେମ୍ବର ୭: ଦୁନିଆରେ ଅନେକ ପରୋପକାରୀ ଲୋକ ଅଛନ୍ତି, ଯେଉଁମାନେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ବିଭିନ୍ନ ଉପାୟ କରିଥାଆନ୍ତି । ସେହିଭଳି ଜଣେ ବ୍ୟକ୍ତି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି । ଆମେରିକାର ଏହି ବ୍ୟକ୍ତି ଜଣଙ୍କ ବ୍ୟବହୃତ ପୁରୁଣା କାର ଦରକାରୀ ଲୋକଙ୍କୁ ବାଣ୍ଟୁଛନ୍ତି । ଏହି ବ୍ୟକ୍ତିଙ୍କର ପିତା ଜଣେ କାର ମେକାନିକ୍‌ ଥିଲେ । ତେବେ ପିତାଙ୍କର ମୃତୁ୍ୟପରେ ମଧ୍ୟ ବ୍ୟକ୍ତି ଜଣଙ୍କ ପିତାଙ୍କର ବ୍ୟବସାୟକୁ ବନ୍ଦ ନକରି ଚଳେଇବାକୁ ନିଷ୍ପତ୍ତି ନେଇଥିଲେ । ତେଣୁ ସେ ପୁରୁଣା କାରକୁ ମରାମତି କରି ଯେଉଁମାନଙ୍କର ଆବଶ୍ୟକତା ରହିଛି ସେମାନଙ୍କୁ ଦାନ କରୁଛନ୍ତି । ଏହା ବଦଳରେ ମଧ୍ୟ ସେ କିଛି ନେଉ ନାହାନ୍ତି । ସୋସିଆଲ ମିଡିଆରେ ବ୍ୟକ୍ତିଙ୍କର କାମକୁ ବେଶ୍‌ ପ୍ରଂଶସା କରାଯାଉଛି । ଯେଉଁମାନେ ସେଠାରେ ପବ୍ଲିକ୍‌ ଟ୍ରାନ୍ସପୋର୍ଟରେ ଯିବା ଆସିବା କରିବା ପାଇଁ ହଇରାଣ ହେଉଛନ୍ତି ସେମାନଙ୍କ ନିମନ୍ତେ ଏହା ବେଶ୍‌ ଉପଯୋଗୀ ହେଉଛି । ସେ ନିଜର ଏହି କାର୍ଯ୍ୟକୁ ଆଗକୁ ଜାରି ରଖିବା ପାଇଁ ଅନ୍‌ଲାଇନ୍‌ ଫଣ୍ଡିଂ ମଧ୍ୟ ଆରମ୍ଭ କରିଛନ୍ତି । ସେଠାକାର ଲୋକମାନେ ତାଙ୍କୁ ବେଶ୍‌ ସମ୍ମାନ ଦେଉଛନ୍ତି । ତାଙ୍କ କାର୍ଯ୍ୟ ପାଇଁ ତାଙ୍କର ଅନେକ ପ୍ରଂଶସା କରୁଛନ୍ତି । ସେହିଭଳି ସେ କେବଳ କାର ନୁହେଁ ନିଜ ରେସ୍ତୋରାଁର ଖାଦ୍ୟ ମଧ୍ୟ ଦରକାରୀ ଲୋକଙ୍କୁ ବାଣ୍ଟି ଥାଆନ୍ତି ।

Leave A Reply

Your email address will not be published.