ଓଡିଶା ମେଡିକାଲ ଡିଭାଇସେସ୍ ଏକ୍ସପୋ ଆୟୋଜନ

ଓଡିଶା ମେଡିକାଲ ଡିଭାଇସେସ୍ ଏକ୍ସପୋ ଆୟୋଜନ
Samaya Live News Picture
Published On

ଭୁବନେଶ୍ୱର : ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରେକ୍ଷାଳୟରେ “ଓଡିଶା ମେଡିକାଲ ଡିଭାଇସେସ୍ ଏକ୍ସପୋ ୨୦୨୬” ର ଆୟୋଜନ ପୂର୍ବର ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହାଇଟେକ୍ ଗ୍ରୁପ୍‌ର ନିର୍ଦ୍ଦେଶକ ଅନିଲ କୁମାର ପାଣିଗ୍ରାହୀ, ଓମ୍‌ସା ର ରାଜ୍ୟ ସଭାପତି କିଶୋର ଚନ୍ଦ୍ର ମିଶ୍ର, ଶ୍ରୀକାନ୍ତ କୁମାର ସାମଲ ଉପସ୍ଥିତ ରହି ଆସନ୍ତା ଫେବୃଆରୀ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ବରମୁଣ୍ଡା ପ୍ରଦର୍ଶନୀ ପଡିଆରେ ହେବାକୁ ଯାଉଥିବା ଓଡିଶା ମେଡିକାଲ ଡିଭାଇସେସ୍ ଏକ୍ସପୋ ୨୦୨୬ର ପଞ୍ଚମ ସଂସ୍କରଣ ବିଷୟରେ ବିସ୍ତୃତ ବିବରଣୀ ଦେଇଛନ୍ତି ।

WhatsApp Image 2026-02-11 at 6.25.43 PM

ଏଥିରେ ପ୍ରଦର୍ଶନ ହେବାକୁ ଥିବା ନୂତନ ଜ୍ଞାନ କୌଶଳରେ ନିର୍ମିତ ମେଡିକାଲ ଉପକରଣ ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବ ବୋଲି ନିର୍ଦ୍ଦେଶକ ଅନିଲ କୁମାର ପାଣିଗ୍ରାହୀ ଜଣାଇଛନ୍ତି । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପ୍ରତିଷ୍ଠିତ କମ୍ପାନୀ ଯୋଗଦେବା ସହ ଓଡିଶାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବିଭାଗୀୟ ମନ୍ତ୍ରୀ ଓ ସଚିବମାନେ ଯୋଗ ଦେବେ ବୋଲି ସୂଚନା ଦିଆଯାଇଛି । 

 

Tags: