କାଠଯୋଡ଼ିରୁ ଯୁବତୀଙ୍କ ମୃତଦେହ ଉଦ୍ଧାର
କଟକ: କାଠଯୋଡ଼ି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ଆଜି ସକାଳେ ମର୍ଣ୍ଣିଂ ୱାକ ରେ ଯାଉଥିବା ସମୟରେ କିଛି ଲୋକ କଟକ ଜିଲ୍ଲା ବାରଙ୍ଗ ଥାନା ତ୍ରିଶୁଳିଆ ସୁଭାଷ ସେତୁ ନିକଟରେ ଜଣେ ଯୁବତୀଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ବ୍ରିଜ ନିକଟରେ ପଡ଼ିଛି ଯୁବତୀଙ୍କ ବ୍ୟାଗ ଓ ଚପଲ । ଏହାଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ତାଙ୍କ ବ୍ୟାଗ୍ ରୁ ମିଳିଥିବା ଡକ୍ଟର ପ୍ରେସକ୍ରିପସନ୍ ରୁ ସେ ଚନ୍ଦ୍ରିକା ହେମ୍ବ୍ରମ ଏବଂ ତାଙ୍କ ବୟସ ୨୮ ବର୍ଷ ବୋଲି ଜଣାପଡିଛି। ବ୍ୟାଗ୍ରୁ ପୁଲିସ ଗୋଟିଏ ମୋବାଇଲ ମଧ୍ୟ ପାଇଛି । ତେବେ ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରି ଫିଙ୍ଗିଦେଇଛି ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଦମକଳ ବାହିନୀ, ବାରଙ୍ଗ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
Tags:



