ନାରୀ ନୀର୍ଯାତନାରେ ଓଡ଼ିଶା ଦ୍ୱିତୀୟ

0
ସମୟ ଲାଇଭ,୨୩/୧୦: ଓଡ଼ିଶାରେ ସୁରକ୍ଷିତ ନୁହଁନ୍ତି ମହିଳା, ନାରୀ ମାନଙ୍କ ଉପରେ ହେଉଥିବା ହିଂସାତ୍ମକ କାର୍ଯ୍ୟକଳାପ କ୍ଷତ୍ରରେ ଓଡ଼ିଶା ଏବେ ସାରା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି ଏଭଳି ଏକ ସମ୍ବେଦନଶୀଳ ଖବର ଆସିଛି । ଏନ.ସି.ଆର.ବି.ର ସଂସ୍ଥା ୨୦୧୭ ର ସର୍ଭେ ରିପୋର୍ଟ ଏଭଳି ସାଂଘାତିକ ତଥ୍ୟ ଦେଇଛି । ୨୦୧୭ ମସିହାରେ କେବଳ ନାରୀ ନିର୍ଯାତନା ଜନିତ ମାମଲା ୧,୧୩୪ ରୁଜୁ ହୋଇଛି । ସେହିପରି ଦୁଷ୍କର୍ମ ଭଳି ସଂଙ୍ଗୀନ ମାମଲା ଦୁଇ ହଜାର ସତୁରିଟି ଅଭିଯୋଗ ହୋଇଛି । ସେହିପରି ଅସଦାଚରଣରେ ୯,୧୩୨ ଟି ମାମଲା ସହିତ ଓଡ଼ିଶା ସମଗ୍ର ଦେଶଷର ଚତୁର୍ଥ ସ୍ଥାନରେ । ତେବେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ନାରୀ ସୁରକ୍ଷା ଓ ନାରୀ ସଶକ୍ତିକରଣର କଥା କହୁଥିବାବେଳ ଏହି ରିପୋର୍ଟ ସରକାରଙ୍କ ନିଦ ହଜେଇ ଦେଇଛି

Leave A Reply

Your email address will not be published.