ପ୍ରଚାର ସମୟରେ ବିଜେଡିକୁ ଟାର୍ଗେଟ୍‌ କଲେ ରାଜ୍ୟ ସଭାପତି ସମୀର

ଶାସନରେ ଗଣତନ୍ତ୍ର ବିପଦରେ: ସମୀର ମହାନ୍ତି

ଭୁବନେଶ୍ୱର: ବିଜେଡି ଶାସନରେ ମହିଳା ଓ ଶିଶୁ ବିପଦରେ । ବିଜେଡି ଶାସନରେ ଗଣତନ୍ତ୍ର ବିପଦରେ । ରାଜ୍ୟରେ ପ୍ରତିଦିନ ହାରାହାରି ୪ ଧର୍ଷଣ ଓ ୬ ଅପହରଣ ହେଉଛି । ଗତ ୫ ବର୍ଷରେ ୨୭ ହଜାର ଶିଶୁ ନିଖୋଜ ଅଛନ୍ତି । ଶିକ୍ଷୟତ୍ରୀ ମମତି ମେହେର ହତ୍ୟା ଆଜି ୧୨୦ ଦିନ ପୁରିଗଲାଣି କିନ୍ତୁ ବର୍ତ୍ତମାନ ସୁଦ୍ଧା ଚାର୍ଜସିଟ୍‌ ଦଖଲ ହୋଇପାରିଲା ନାହିଁ ।

ଅନ୍ୟପଟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଗୋଟିଏ ମଞ୍ଚରେ ବସି ରହି ଅପରାଧୀକୁ ପ୍ରାତ୍ସାହନ କରୁନାହାନ୍ତି କି ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି । ପଞ୍ଚାୟତ ନିର୍ବାଚନ ପ୍ରଚାର ପରିପ୍ରେକ୍ଷୀରେ ପଶ୍ଚିମାଞ୍ଚଳ ଗସ୍ତରେ ରାଜ୍ୟ ସଭାପତି ସମ୍ବଲପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହିପରି ନିଜ ମତ ଦେଇଛନ୍ତି ।

କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ଓ ଗରୀବ କଲ୍ୟାଣ ଯୋଜନାର ଲାଭରୁ ବଞ୍ଚିତ ହୋଇଥିବା ଗ୍ରାମବାସୀ ବିଜେଡ଼ିର ଡ୍ରାମାବାଜିକୁ ଭଲ ଭାବରେ ବୁଝିସାରିଲେଣି ଏବଂ ଚଳିତ ପଞ୍ଚାୟତ ନିର୍ବାଚନରେ ଏହାର ଉଚିତ୍‌ ଜବାବ ନିଶ୍ଚିନ୍ତ ଦେବେ । ଶାସକ ବିଜେଡି ।ାସନ କ୍ଷମତା ବଳରେ ପୋଲିସ ଏବଂ ପ୍ରଶାସନର ଅପବ୍ୟବହାର କରୁଛି ।

ଉକ୍ତ ସମ୍ମିଳନୀ ଅବସରରେ ରେଙ୍ଗାଲି ବିଧାୟକ ନାଉରୀ ନାଏକ, ପୂର୍ବତନ ନଗରପାଳ ଗିରିଶ ପଟେଲ୍‌, ସାଧାରଣ ସମ୍ପାଦକ ରବି ନାରାୟଣ ନାଏକଙ୍କ ସମେତ ବହୁ ବରିଷ୍ଠ ଲୋକ ଉପସ୍ଥିତ ରହିଥିଲେ ।

Launching Ceremony of “AYUSHMAN BHARAT

Comments are closed.