ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯

ସମୟ ଲାଇଭ୍‍,୩/୪; ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଭୁବନେଶ୍ୱରର ବମିଖାଲ ଅଞ୍ଚଳର ୩ଜଣ କରୋନା ପଜିଟିଭ୍‍ ଚିହ୍ନଟ ହେବାପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗ ଏନେଇ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି। ସେହିପରି ରାଜ୍ୟରେ ଷଷ୍ଠ କରୋନା ପଜିଟିଭ୍‍ ଚିହ୍ନଟ ହୋଇଥିବା ମଧ୍ୟାହ୍ନରେ ସୂଚନା ମିଳିଥିଲା।
ଆକ୍ରାନ୍ତ ବ୍ୟକ୍ତିଜଣଙ୍କ କଟକ ବକ୍ସିବଜାର ଅଞ୍ଚଳର ବୋଲି କୁହାଯାଉଛି। ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଦିଲ୍ଲୀରୁ ଫେରିଥିବାବେଳେ ସେ ନିଜାମଉଦ୍ଦିନ ଧର୍ମସଭାରେ ଯୋଗ ଦେଇଥିôବା କୁହାଯାଉଛି। ଖୁବ୍‍ଶୀଘ୍ର ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କର ମଧ୍ୟ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଯିବ। ପଜିଟିଭ ଚିହ୍ନଟ ପରେ ଲୋକମାନେ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଉଛି। ଖବର ପ୍ରସାର ପରେ ଲୋକ ଆତଙ୍କିତ ଥିବାବେଳେ ଭୟଭୀତ ନହୋଇ ସଚେତନ ରହିବା ପାଇଁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି।
ରାଜ୍ୟ ଭୟଙ୍କର ପରିସ୍ଥିତି ଆଡ଼କୁ ଗତି କରୁଥିôବେଳେ ରାଜଧାନୀ ଭୁବନେଶ୍ୱର ସମେତ ଭଦ୍ରକ ଓ କଟକକୁ ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ସଟ୍‍ ଡ଼ାଉନ୍‍ ଘୋଷଣା କରିଛନ୍ତି। ଏହି ୪୮ ଘଣ୍ଟା ମଧ୍ୟରେ କୌଣସି ଗ୍ରୋସରୀ, ପନିପରିବା କିମ୍ବା ଔଷଧ ଦୋକାନ ମଧ୍ୟ ଖୋଲା ରହିବ ନାହିଁ। ଅସୁସ୍ଥ ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ବାହାରକୁ ଯିବାକୁ ଅନୁମତି ଦିଆଯିବ ନାହିଁ। ଏପରି ପରିସ୍ଥିତିରେ ଆମ୍ବୁଲାନ୍ସକୁ ଫୋନଦ୍ୱାରା ଯୋଗାଯୋଗ କରିବାକୁ କୁହାଯାଇଛି। ସେହିପରି ଲକ୍‍ ଡାଉନ୍‍ ପାଇଁ ଜାରି କରାଯାଇଥିବା ପାସ୍‍ ମଧ୍ୟ କାର୍ଯ୍ୟକାରୀ ହେବ ନାହିଁ। ପରବର୍ତ୍ତୀ ସମୟରେ ସାରା ରାଜ୍ୟରେ ଏପରି ସଟ୍‍ଡ଼ାଉନ୍‍ ଲାଗୁ କରାଯାଇପାରେ।
ସୂଚନା ଥାଉ କି, ଭୁବନେଶ୍ୱରରେ ପୂର୍ବରୁ ୫ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ପ୍ରଥମ ଓ ଦ୍ୱିତୀୟ ରୋଗୀ ସୁସ୍ଥ ହୋଇଥିବାବେଳେ ରିପୋର୍ଟ ନେଗେଟିଭ୍‍ ଆସିଛି। ଏହିପରି ଭାବେ ବର୍ତ୍ତମାନ ଓଡ଼ିଶାରେ ମୋଟ ୭ଜଣ କରୋନା ସଂକ୍ରମିତ ବ୍ୟକ୍ତି ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଭଦ୍ରକର, ଜଣେ କଟକର ଓ ଅନ୍ୟ ୫ଜଣ ଭୁବନେଶ୍ୱର ଅଞ୍ଚଳର।
ରାଜ୍ୟରେ ଚିହ୍ନଟ ହୋଇଥିବା ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରିଚୟକୁ ସାର୍ବଜନୀନ କରାଯାଇଛି। ଚିହ୍ନଟ ହୋଇଥିବା ୫ମ କରୋନା ପଜିଟିଭ୍‍ ରୋଗୀଙ୍କ ନାମ ପ୍ରଦୀପ୍ତ କୁମାର ଦଳବେହେରା ଏବଂ ସେ ଭୁବନେଶ୍ୱର ୪୬ ନଂ ୱାର୍ଡ଼ର ସୂର୍ଯ୍ୟନଗରର ବାସିନ୍ଦା ଅଟନ୍ତି। ତାଙ୍କ ବୟସ ୬୦ ବର୍ଷ ହୋଇଥିବାବେଳେ ସେ ଏମସ୍‍ ରେ ଚିକିତ୍ସିତ ହେଉଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ତାଙ୍କ ପରିଚୟ ସାର୍ବଜନିନ କରାଯାଇଥିବାବେଳେ ସୂର୍ଯ୍ୟନଗର ଅଞ୍ଚଳକୁ ସିଲ୍‍ କରିଦିଆଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ବିଏମ୍‍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି। ଅନ୍ୟପଟେ ବୟକ୍ତି ଜଣଙ୍କ ନିକଟରେ ବିଦେଶ କିମ୍ବା ରାଜ୍ୟ ବାହାରକୁ ଯାଇନଥିବାବେଳେ ସେ କେଉଁ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହା ଜଣାପଡ଼ିବା କଷ୍ଟସାଧ୍ୟ ହୋଇପଡ଼ିଛି। ଅନ୍ୟପଟେ ସଂପୃକ୍ତ ଅଞ୍ଚଳକୁ ସିଲ କରାଯିବା ସହ ସାନିଟାଇଜେସନ୍‍ କାର୍ଯ୍ୟ ଜାରି କରାଯାଇଛି। ତେବେ ଚିହ୍ନଟ ବ୍ୟକ୍ତିଙ୍କୁ କିମ୍ବା ତାଙ୍କ ପରିବାରକୁ ସାମାଜିକ ବାସନ୍ଦ ନ କରିବା ପାଇଁ ଅନୁରୋଧ କରାଯାଇଛି।

Comments are closed.